ଆସିଲା କଳାପାହାଡ଼
ଭାଙ୍ଗିଲା ଲୁହାର ବାଡ଼
ପିଇଲା ମହାନଦୀ ପାଣି
ସୁବର୍ଣ୍ଣ ଥାଳିରେ ହୀରା ପରସିଲେ
ମୁକୁନ୍ଦ ଦେବଙ୍କ ରାଣୀ
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ଉପରେ କଳାପାହାଡ଼ର ଆକ୍ରମଣକୁ ନେଇ ରଚିତ ଏହି ପଦ ବେଶ ଲୋକପ୍ରିୟ । ମୁକୁନ୍ଦ ଦେବଙ୍କ ସମୟର କଥା, ଆସିଲା ଆଉ ଭାଙ୍ଗିଲା । ଆକ୍ରମଣ ସମୟକୁ ନେଇ ଐତିହାସିକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ୧୫୬୧ କିଛି କହୁଥିବା ବେଳେ ୧୫୬୮ ବୋଲି କିଛି ଗବେଷକ ମତ ଦେଉଛନ୍ତି । କିନ୍ତୁ ଏହା ସତ ୟେ, କଳାପାହାଡର ଆକ୍ରମଣ ମୁକୁନ୍ଦ ଦେବଙ୍କ ସମୟରେ ହେଇଥିଲା ।

କିଏ ଏ କଳାପାହାଡ ? କୁହାଯାଉଛି, ହିନ୍ଦୁ ବ୍ରାହ୍ମଣ କଳାଚାନ୍ଦ ହିଁ କଳାପାହାଡ । ବେଙ୍ଗଲର ଶାସକ ସୁଲେମାନର ସେନା୍ମକ୍ଷ ଥିଲା କଳାଚାନ୍ଦ । ସୁଲେମାନର ସୁନ୍ଦରୀ ଝିଅ ଦୁଲାରୀ ପ୍ରେମରେ ପଡିଲା କଳାଚାନ୍ଦ । ଦୁଲାରୀକୁ ବାହା ହେବା ପାଇଁ କଳାଚାନ୍ଦକୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଲା । ଏପରି କରିବାରୁ ନିଜ ଧର୍ମର ଲୋକଙ୍କ ଟାହିଟାପରାର ଶିକାର ହେବାକୁ ପଡ଼ିଲା । ତେଣୁ ସେ ପୁରୀ ଆସି ମୁସଲିମ ଧର୍ମରୁ ପୁଣି ହିନ୍ଦୁ ଧର୍ମକୁ ଫେରିବାକୁ ଚାହିଁଲା । ଏପରି କରିବାକୁ ପୁରୀ ବ୍ରାହ୍ମଣ ସମାଜ ରାଜି ହେଲା ନାହିଁ । ତେଣୁ ହିନ୍ଦୁ ଧର୍ମ ଉପରେ ରାଗ ଶୁଝାଇବାକୁ ଯାଇ ମନ୍ଦିର ଉପରେ ଆକ୍ରମଣ କରିବା ଆରମ୍ଭ କଲା ।

ଦୁଲାରୀ ପ୍ରେମରେ ପଡି କଳାଚାନ୍ଦ ହେଲା କଳାପହାଡ । ଏ ସଂପର୍କିତ ଅନେକ କାହାଣୀ ଅଛି । ମେକ୍ସିକୋର ଜଣେ ଐତିହାସିକ ଇସିତା ବାନାର୍ଜୀ ଦୁବେଙ୍କ କହିବା ଅନୁସାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ବଡ ଭକ୍ତ ଥିଲା କଳାପାହାଡ । ଶ୍ରୀମନ୍ଦିର ଭିତରକୁ ଯିବାକୁ ଚାହିଁଥିଲା । କିନ୍ତୁ ମୁସଲିମ ଧର୍ମ ଗ୍ରହଣ କରିଥିବାରୁ ମନ୍ଦିର ଭିତରକୁ ଯିବାରେ ବାରଣ କରାଯାଇଥିଲା । ଏଥିରେ କ୍ରୋଧିତ ହୋଇ କଳାପାହାଡ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ମୋଟାମୋଟି କଳାପାହାଡର କାହାଣୀ ଏହା ବୋଲି ଆମେ ଭାବି ପାରିବା ।
ଥରେ ନୁହେଁ, ଶ୍ରୀମନ୍ଦିର ଉପରେ ଅନେକ ବାର ଆକ୍ରମଣ ହେଇଛି । ଶ୍ରୀମନ୍ଦିରରୁ ସ୍ୱର୍ଣ୍ଣ ଅଳଙ୍କାର ଲୁଟ ଉଦେ୍ଦଶ୍ୟରେ ଅନେକ ଥର ଏପରି ଆକ୍ରମଣ ହେଇଥିବା ଅନୁମାନ କରାଯାଉଛି । ମାଦଳା ପାଞ୍ଜି ଅନୁସାରେ ଶ୍ରୀମନ୍ଦିର ଉପରେ ୧୮ ଥର ଆକ୍ରମଣ କରାଯାଇଛି । ୧୮ ଥର ଯାକ କଳାପାହାଡ଼ ଆକ୍ରମଣ କରିନାହିଁ । କିନ୍ତୁୁ ଯେତେଥର ଆକ୍ରମଣ ହେଇଛି, ତାହାକୁ କଳାପାହାଡ଼ ଆକ୍ରମଣର ଆଖ୍ୟା ଦିଆୟାଇଛି । ଅର୍ଥାତ୍, ଶ୍ରୀମନ୍ଦିର ଉପରେ ଆକ୍ରମଣର ଅର୍ଥ କଳାପାହାଡ଼ର ଆକ୍ରମଣ ।

ଦୀର୍ଘ ବର୍ଷ ପରେ, ପାଖାପାଖି ୪ ଶହ ବର୍ଷ ପରେ ପୁଣି କଳାପାହାଡ଼ର ଚର୍ଚ୍ଚା ଶୁଣିବାକୁ ମିଳିଛି । କେବଳ ଶୁଣିବାକୁ ଯେ ମିଳିଛି ତା ନୁହେଁ, କଳାପାହାଡର ଆକ୍ରମଣ ଦେଖିବାକୁ ମିଳିଛି । ଏହି ଆକ୍ରମଣ ସମୟକୁ ୨୦୨୨ ମସିହା ବୋଲି ଲିପିବଦ୍ଧ କରାଯାଇପାରିବ । ଶ୍ରୀମନ୍ଦିର ଭଳି ଏକ ଜାତୀୟ ଐତିହ୍ୟ ଚାରିପଟେ ୨୦ରୁ ୨୫ ଫୁଟ ଗାତ କରାଗଲା । ଚାରିପଟ ଘେରାବନ୍ଦୀ କରି ଏହି କାମ ଚାଲିଲା । ବିଶେଷକରି ଘନ ଅନ୍ଧକାର ଭିତରେ ଏହି ଖୋଳାଖୋଳି କାମ କରାଗଲା । ସେ ଅଂଚଳକୁ ଏକ ନିର୍ଜନ ଅଂଚଳ ଘୋଷଣା କରାଗଲା । ୧୪୪ ଧାରା ଜାରି ହେଲା ଭଳି ପରିସ୍ଥିତି ତିଆରି କରିଗଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଏହି କାମ ଚାଲିଲା ।

ପରିକ୍ରମା ପ୍ରକଳ୍ପ ପାଇଁ ବିନା ଅନୁମତିରେ, ଓଡିଶାର ତତ୍କାଳୀନ ଶାସକ ନବୀନ ପଟ୍ଟନାୟକ ନିଜ ମର୍ଜିରେ ଏହି କାମକୁ ଆଗେଇନେଲେ । ରଜା ଶାସନ ତ ଆଉ ନାହିଁ । ଦେଶରେ ଗଣତନ୍ତ୍ର ଶାସନ ୭୫ ବର୍ଷ ହେଲା ଚାଲିଛି । କିନ୍ତୁ ଓଡିଶାରେ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ଶାସନ ମୁଖ୍ୟ ରହିବା ହେତୁ ଶ୍ରୀମନ୍ଦିର ଭଳି ଏକ ପୂଜ୍ୟ ଅନୁଷ୍ଠାନ, ଯାହା ସହିତ କୋଟି କୋଟି ଭକ୍ତଙ୍କ ଭାବାବେଗ ଜଡିତ, ତା ସହିତ ମନମାନି କରିବା ଆରମ୍ଭ କଲେ । କୌଣସି କାମ କରିବା ପୂର୍ବରୁ ଦୁଇଟି ଜାତୀୟ ସଂସ୍ଥାର ଅନୁମତି ଆଣିବା ଦରକାର । ସେଥିପାଇଁ ୧୯୫୮ ଆମସର ଆକ୍ଟ ନାଁରେ ଗୋଟେ ଆଇନ ରହିଛି । ସେହି ଦୁଇଟି ସଂସ୍ଥା ହେଉଛନ୍ତି ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏ.ଏସ୍.ଆଇ) ଏବଂ ଜାତୀୟ କୀର୍ତ୍ତିରାଜି କର୍ତୃପକ୍ଷ (ଏନ୍.ଏମ୍.ଏ) ।

ବିନା ଅନୁମତିରେ, ବିନା ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ)ରେ କାମ କରିବାରୁ ସାଧାରଣରେ ଏବଂ ଗଣମାଧ୍ୟମରେ ପ୍ରତିକ୍ରିୟା ସୃଷ୍ଟି ହେଲା । ତକ୍ରାଳୀନ ଶାସକ ନବୀନ ପଟ୍ଟନାୟକଙ୍କ ଦଳରୁ ତାଙ୍କ ପ୍ରତିନିଧି ପାର୍ଲାମେଣ୍ଟରେ କହିଲେ, କେବଳ ଚାରିଟା ଶୌଚାଳୟ କରାଯାଉଛି । ତାଠୁ ଅଧିକ କିଛି ହେଉନାହିଁ । ପାର୍ଲାମେଣ୍ଟରେ କୋଟି କୋଟି ଭକ୍ତଙ୍କୁ ମିଛ କୁହାଗଲା ଏବଂ ସମସ୍ତଙ୍କୁ ଅନ୍ଧାରରେ ରଖି କାମ କରାଗଲା ।

ଦୁଇଟି ଜାତୀୟ ସଂସ୍ଥା, ଯେଉଁମାନେ ଶ୍ରୀମନ୍ଦିରର ସଂରକ୍ଷଣ ଦାୟିତ୍ୱରେ ଥିଲେ, ସେମାନେ ବି ଆପତ୍ତି ଉଠାଇଲେ । ପରବର୍ତ୍ତି ସମୟରେ ଏହି ଦୁଇଟି ସଂସ୍ଥାକୁ କରାୟତ କରିବାକୁ ଚେଷ୍ଟା କଲେ ଏବଂ ନିଜ ଦୋଷ ଉପରେ ପରଦା ଢାଙ୍କିବାକୁ ଚାହିଁଲେ । କିନ୍ତୁ ତଥ୍ୟ ପ୍ରମାଣକୁ ଲୁଚେଇ ପାରିଲେ ନାହିଁ । ଓଡିଶା ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତର କଥା ଦର୍ଶାଇଲେ । ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ
ବିଭାଗର ମିଳିତ ରିପୋର୍ଟରେ କୁହାଗଲା, ଏତେ ଗଭୀରତାର ଗାତ ଖୋଳିବା ଦ୍ୱାରା ଶ୍ରୀମନ୍ଦିର ପ୍ରତି ଅପୂରଣୀୟ କ୍ଷତି ହେଇସାରିଛି । ତା ପରେ ବି ତତକାଳୀନ ଶାସକ ନବୀନ ପଟନାୟକ, ଶ୍ରୀମନ୍ଦିର ଚାରିପାଖରେ ଆକ୍ରମଣ ଚାଲୁ ରଖିଲେ ।

ତତକାଳୀନ ଓଡିଶାର ଶାସକ ନବୀନ ପଟ୍ଟନାୟକ କାହାର ଆପତ୍ତି ଏବଂ ଅଭିଯୋଗକୁ ଶୁଣିଲେ ନାହିଁ । କେବଳ ପରିକ୍ରମା ପ୍ରକଳ୍ପ ନାଁରେ ଯଦି ରାସ୍ତା ଚଉଡ଼ା କରିବାର ଥିଲା, ମାତ୍ର ୪ଟା ଶୌଚାଳୟ କରିବାର ଥିଲା, ତାହା ହେଲେ ୨୦ରୁ ୨୫ ଫୁଟ ଗାତ କାହିଁକି ଖୋଳା ଯାଉଥିଲା । କେବଳ ଏହି ପ୍ରଶ୍ନ ଓଡିଶାର ତତକାଳୀନ ଶାସକ ନବୀନ ପଟ୍ଟନାକୟଙ୍କୁ କ୍ଷୁବ୍ଧ କଲା । ପ୍ରତିଶୋଧ ପରାୟଣ ହେଇପଡ଼ିଲେ ଶାସକ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ୨୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବାରୁ ଅହଙ୍କାର ଥିଲେ । ପ୍ରଶାସନର ସମସ୍ତ ବିଭାଗ ତାଙ୍କ ଅଧିନରେ ଥିଲା । ସମସ୍ତେ ବସ୍ଉଠ୍ ହେଉଥିଲେ ।

ନ୍ୟାୟଦାତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଫିସରଙ୍କ ପର୍ଯ୍ୟନ୍ତ, କାହାର ବି ହିମ୍ମତ ନ ଥିଲା ଭୁଲକୁ ଭୁଲ କହିବାକୁ । କାହାର ବି ଆପତ୍ତି ଅଭିଯୋଗ କରିବାର ଜୁ ନଥିଲା । ସାରା ରାଜ୍ୟରେ ଭୟର ବାତାବରଣ ଥିଲା । କ୍ଷମତା ବଳରେ ପ୍ରତିବାଦର ସ୍ୱର ଚାପିବାକୁ ଲାଗିଲେ ନବୀନ ପଟ୍ଟନାୟକ । ଠିକ ଯେମିତି ରାଜାରାଜୁଡ଼ା ସମୟର ଶାସନ । ମୁହଁ ବନ୍ଦ ନ କଲେ କାଳକୋଠରୀ ନଚେତ୍ ମୃତୁ୍ୟଦଣ୍ଡ । କଳାପାହାଡ଼ିଆ ଶାସନ । କଳାପାହାଡ଼ିଆ ଦଣ୍ଡ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଚାରିପଟେ ହେଇଥିବା ଖନନକୁ ଦେଶର ବିଶିଷ୍ଟ ସ୍ଥପତିମାନେ ମଧ୍ୟ ପ୍ରଶ୍ନ ଉଠାଇଲେ । ଏହାଦ୍ୱାରା ମନ୍ଦିର ଦୁର୍ବଳ ହେବ ଏବଂ ସ୍ଥାୟିତ୍ୱକୁ ନେଇ ଆଶଙ୍କା ପ୍ରକାଶ କଲେ ।

୨୨ ବର୍ଷର ଶାସକ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରର ମୂଳ ଢାଂଚା ଉପରେ ଆକ୍ରମଣ ସହିତ ମନ୍ଦିର ଚାରିପଟେ ଥିବା ୧୯ଟି ମଠକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଲେ । କେବଳ ପରିକ୍ରମା ପ୍ରକଳ୍ପ ନାଁରେ ଏହି ପ୍ରାଚୀନ ମଠକୁ ମାଟିରେ ମିଶାଇଦେଲେ । ହଜାର ହଜାର ବର୍ଷର ଏହି ମଠଗୁଡିକ ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ସେବାରେ ନିୟୋଜିତ ଥିଲେ । ଏହି ମଠ ସବୁକୁ ଭାଙ୍ଗିବାକୁ ନବୀନ ପଟ୍ଟନାୟକଙ୍କ ହାତ କେମିତି ଗଲା, ତା ନେଇ ମ୍ମ ପ୍ରଶ୍ନ ଉଠିଲା । ଅର୍ଥାତ୍ ଏ ଜାତି ଶ୍ରୀମନ୍ଦିର ଚାରିପଟେ ଥିବା ମଠ ଗୁଡିକର ଧ୍ୱଂସଲୀଳା ବି ଦେଖିଲା, କିନ୍ତୁ କିଛି କରିପାରିଲା ନାହିଁ ।

କୋଟି କୋଟି ଓଡିଆଙ୍କ ଆରା୍ମ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆସ୍ଥାନ, ଶ୍ରୀମନ୍ଦିରର ମୂଳ ଢାଂଚା ଉପରେ ଆକ୍ରମଣ- କଳାପାହାଡ଼ର ଆକ୍ରମଣ । ଶ୍ରୀମନ୍ଦିର ଚାରିପଟେ ମଠ ଗୁଡିକ ଉପରେ ଆକ୍ରମଣ- କଳାପାହାଡ଼ର ଆକ୍ରମଣ । ଭୁଲକୁ ଭୁଲ ବୋଲି କହିବାର କ୍ଷମତା ରଖୁଥିବା ଲୋକଙ୍କ ଉପରେ ଅତ୍ୟଚାର ଏବଂ ଗିରଫ ମଧ୍ୟ କଳାପାହାଡ଼ିଆ ଆକ୍ରମଣ । ସେକାଳେ ହେଉ କି ଏକାଳେ, ଯିଏ ବି ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଛି, ସେ କଳାପାହାଡ଼ ।

Leave a Reply

Your email address will not be published. Required fields are marked *