Masthead

ବିଜେଡିକୁ ବିଜେପିର ପାଲଟା ଆକ୍ରମଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ପାଗଳ କହିଥିବାରୁ କଡ଼ା ଜବାବ ଦେଇଛି ବିଜେପି । ଏକ ପ୍ରେସ ରିଳିଜ୍ କରି ବିଜେପି କହିଛି, ବିଜେଡି ଶାଳିନତା ଅତିକ୍ରମ କରିସାରିଛି । ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ଅନ୍ୟ ମୋଡ ଦେବାକୁ ବିଜେଡି ଅପଚେଷ୍ଟା କରୁଛି । ତଦନ୍ତ ନହେଉଣୁ ବିଜେଡି ନେତାମାନେ ସନ୍ଦେହ ଘେରରେ ଥିବା ଅଭିଯୁକ୍ତମାନଙ୍କୁ କ୍ଲିନ ଚିଟ୍ ଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବିଜେପି ପ୍ରଶ୍ନ କରିଛି ।

ନିମ୍ନସ୍ତରକୁ ଯାଇ ବିଜେଡି ନେତାମାନେ ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନିଜ ଅତୀତକୁ ଭୁଲନ୍ତୁ ନାହିଁ ବୋଲି ବିଜେପି କହିଛି । ସାଂସଦ ଅମର ପଟ୍ଟନାୟକ କେଉଁ କାରଣରୁ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହୋଇଥିଲେ । ଅତୀତରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ବେଇମାନ କହି ଅପମାନିତ କରିଥିବା ସସ୍ମିତ ପାତ୍ର ଅନ୍ୟକୁ ନୀତି ଓ ନୈତିକତାର ପାଠ ପଢାଇବା ଆଦୌ ଶୋଭାପାଉ ନାହିଁ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ଡ ମୁକେଶ ମହାଲିଙ୍ଗମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ