Masthead

ବିଜେଡି ହାରିବା ଭୟରେ କର୍ମୀଙ୍କ ଗୁଣ୍ଡାରାଜ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନମଣ୍ଡଳି ମଠକରଗୋଳା ପଞ୍ଚାୟତରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମାନନ୍ଦ ସ୍ବାଇଁଙ୍କ ଘର ଉପରକୁ ଢେଲାପଥର ମାଡ କରିବା ସହ ଘରର ଗେଟ ଓ ଦୋକାନର କବାଟକୁ ଲୁହା ସାବଳ, ଟାଙ୍ଗିଆରେ ହାଣି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ଗତ ୨୫ତାରିଖରେ କାମାକ୍ଷାନଗର ନିର୍ବାଚନମଣ୍ଡଳିରେ ନିର୍ବାଚନ ସରିଥିବା ବେଳେ ଏବେ ଏଠାରେ ରାଜନୈତିକ ହିଂସା ଦେଖାଦେଇଛି ।

କାରଣ ଏହି ନିର୍ବାଚନମଣ୍ଡଳି ବିଧାନସଭା କ୍ଷେତ୍ର ବିଜେପି ବିଜୟୀ ଲାଭ କରିବା ଜାଣି ବିଜେଡି ହାରିବା ଭୟରେ ଆକ୍ରୋଶ ମୂଳକ ଭାବେ ବିଜେଡିର କର୍ମୀ ଗୁଣ୍ଡାରାଜ ଚଳାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ମଠକରଗୋଳା ଗାଁର ବ୍ରହ୍ମାନନ୍ଦ ସ୍ବାଇଁଙ୍କ ଘର ଉପରେ କରାଯାଇଛି ଆକ୍ରମଣ ।ବ୍ରହ୍ମାନନ୍ଦ ବିଜେପି ଦଳର ସମର୍ଥକ ହୋଇଥିବା ବେଳେ ତାଙ୍କ ଘର ତାଙ୍କ ଘରର ଗ୍ରୀଲ ଓ କବାଟକୁ ତାଡି ଦେବା ସହିତ ୧୦ରୁ ଅଧିକବିଜେଡି ଗୁଣ୍ଡା ରାତିରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ଫଳରେ ଭୟରେ ଘରେ ଥିବା ତାଙ୍କ ପରିବାର ଲୋକେ ଘରୁ ବାହାରି ନଥିଲେ । ଏହାକୁ ନେଇ ଆଜି ସକାଳେ ଗାଁରେ ପହଁଚିଲେ କାମାକ୍ଷାନଗର ନିର୍ବାଚନମଣ୍ଡଳି ବିଜେପି ବିଧାୟକ ପ୍ରାର୍ଥୀ ଶତ୍ରୁଘନ ଜେନା। ବିଜେଡି ଦଳ ହାରିବା ଭୟରେ ଏଭଳି ହିଂସାକୁ ଆପଣେଇଛନ୍ତି ।ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଥିବା ବେଳେ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି। ଖବର ପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ