Masthead

୬ ଦଫା ନେଇ ଆଦିବାସୀ ସଂଗଠନର ଗଣଧାରଣା

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଧାରଣାରେ ଆଦିବାସୀ ସଙ୍ଗଠନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଆଦିବାସୀ ସଂଗଠନ ଗଣଧାରଣା ଦେଇଛନ୍ତି । କାମାକ୍ଷାନଗର ଓ ପରଜଙ୍ଗ ଆଦିବାସୀ ସଂଗଠନ । ତୁମୁସିଙ୍ଗା ପଞ୍ଚାୟତର ମହୁଲଡଗର, ରଘୁଆବୋଲ, ଫିଲଡ଼ସାହି, ଡଙ୍କାବୋଲ ଇତ୍ୟାଦି ଗ୍ରାମର ଶତାଧିକ ଆଦିବାସୀ ମହୁଲଡଗରରେ ଧାରଣା ଦେଇଛନ୍ତି ।

ମହୁଲଡଗର ଗାଁ ଠାରୁ କଦଳୀପାଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ରଘୁଆବୋଲ ଆଇସିଡିଏସ କେନ୍ଦ୍ରକୁ ପରଜଙ୍ଗ ବ୍ଲକରୁ ସ୍ଥାନାନ୍ତର କରି କାମାକ୍ଷାନଗର ବ୍ଲକରେ ମିଶ୍ରଣ, ମହୁଲଡଗରକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି, ଡଙ୍କାବୋଲ ଠାରୁ ଧୋବାବାହାଳୀ ପର୍ଯ୍ୟନ୍ତ ମୋରମ ରାସ୍ତାର ଉନ୍ନତିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବ୍ୟକ୍ତିଗତ ଦଖଲ ରେ ରହିଥିବା ଜଙ୍ଗଲ ଜମି ରେ ପଟ୍ଟା ପ୍ରଦାନ ଇତ୍ୟାଦି ୬ଦଫା ଦାବିନେଇ ପାଞ୍ଚୋଟି ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ମାନେ ଗଣଧାରଣା ଦେଇଛନ୍ତି ।

ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ସମସ୍ୟାଗୁଡିକର ସମାଧାନ କରିବା ନିମନ୍ତେ ଦାବି ଜଣାଇଛନ୍ତି । ଯଦି ଦାବି ଗୁଡିକ ତୁରନ୍ତ ପୂରଣ କରାନଯାଏ ତାହେଲେ ଆଗାମୀ ସାଧାରଣ ନିର୍ବାଚନରେ ଏହି ସବୁ ଗ୍ରାମର ଶତାଧିକ ଆଦିବାସୀ ଶ୍ରେଣୀୟ ଲୋକ ଭୋଟବର୍ଜନ କରିବାପାଇଁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?