Masthead

‘କମଲନାଥ କଂଗ୍ରେସରେ ଅଛନ୍ତି ରହିବେ’

ଭୋପାଳ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶରୁ ଏବେ ଏକ ବଡ ଖବର ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବେ ନାହିଁ  ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ତାଙ୍କ ସାଂସଦ ପୁଅ ନକୁଲନାଥ ଓ କିଛି ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି  ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ କମଲନାଥ କଂଗ୍ରେସରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।ମଧ୍ୟପ୍ରଦେଶ କଂଗ୍ରେସ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟୱାରି, ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପୂର୍ବରୁ କମଲନାଥ ବିଜେପିରେ ସାମିଲ ହେବା ଖବରକୁ ଖାରଜ କରିଥିଲେ ।

ମଧ୍ୟପ୍ରଦେଶ ପୂର୍ବତନ ମନ୍ତ୍ରୀ ସଜ୍ଜ୍‌ନ ବର୍ମା ରବିବାର ନୂଆଦିଲ୍ଲୀରେ କମଲନାଥଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା କମଲନାଥଙ୍କ ଘରେ ପ୍ରାୟ ୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ମିଡିଆ ସହ ଆଲୋଚନା ସମୟରେ ସଜ୍ଜନ ବର୍ମା କହିଥିଲେ କି କମଲନାଥଙ୍କ ସହ କିଛି ପଏଣ୍ଟକୁ ନେଇ ଚର୍ଚ୍ଚା ହୋଇଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ତାଙ୍କର କଥା ହୋଇଛି । ମୁଁ ୪୦ ବର୍ଷ ଧରି ତାଙ୍କ ସହ ଅଛି । ଯେଉଁଠି କମଲନାଥ ଅଛନ୍ତି ସେଠି ମୁଁ ରହିବି । ସେ କହିଥିଲେ କମଲନାଥ ଆଜି କଂଗ୍ରେସରେ ଅଛନ୍ତି କାଲି ବି କଂଗ୍ରେସରେ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ