Masthead

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ପଡ଼ିଲା ମହଙ୍ଗା, ଶିକ୍ଷକ ନିଲମ୍ବିତ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ):  ନିଜ ଫେସବୁକ୍ ପୋଷ୍ଟରେ କଂଗ୍ରେସର ‘୫ ଗ୍ୟାରେଣ୍ଟି’ ଯୋଜନା ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ସମାଲୋଚନା ପୋଷ୍ଟ କରିବା ଅଭିଯୋଗରେ କର୍ଣ୍ଣାଟକର ଜଣେ ସରକାରୀ ବିଦ୍ୟାଳୟ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଶିକ୍ଷକ ଚିତ୍ରଦୁର୍ଗା ଜିଲ୍ଲାର କାନୁବେନାହାଲି ବିଦ୍ୟାଳୟର ଶାନ୍ତାମୂର୍ତ୍ତି ଏମ୍.ଜି । କର୍ଣ୍ଣାଟକର ନବନିର୍ବାଚିତ କଂଗ୍ରେସ ସରକାରଙ୍କ ମାଗଣା ବଣ୍ଟନକୁ ସମାଲୋଚନା କରିବା ସହ ଏହାଠାରୁ ଆପଣ ଅଧିକ କଣ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ।

ଏହାସହ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ହୋଇଥିବା ସରକାରୀ ଋଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏସ.ଏମ୍ କୃଷ୍ଣାଙ୍କ ସମୟରେ ୩୫୯ କୋଟି, ଧରମ ସିଂହଙ୍କ ସମୟରେ ୧୫ ହଜାର ୬୩୫କୋଟି. ଏଚଡି କୁମାରସ୍ୱାମୀଙ୍କ ସମୟରେ ୩୫୪୪କୋଟ, ବିଏସ୍ ୟେଦୁ୍ୟରପ୍ପାଙ୍କ ସମୟରେ ୨୫ ହଜାର ୬୨୫କୋଟି, ଡିଭି ସଦାନନ୍ଦ ଗୌଡ଼ଙ୍କ ସମୟରେ ୯୪୬ କୋଟି, ଜଗଦୀଶ ସେଟ୍ଟରଙ୍କ ସମୟରେ ୧୩ ହଜାର ୪୬୪ କୋଟି ଓ ସିଦ୍ଦରମୈୟାଙ୍କ ପ୍ରଥମ ପାଳିରେ ୨ ଲକ୍ଷ ୪୨ ହଜାର କୋଟ ଟଙ୍କା ରଣ ହୋଇଥିବା ଶାନ୍ତାମୂର୍ତ୍ତି ଲେଖିବା ସହ ମାଗଣା ବ୍ୟବସ୍ଥାକୁ ନିନ୍ଦା କରିଥିଲେ । ଏପରି ମନ୍ତବ୍ୟସରକାରୀ ନିଯୁକ୍ତି ସର୍ତ୍ତାବଳୀର ବିରୋଧାଚରଣ କରୁଥିବା ଦର୍ଶାଇ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି