ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା । ୬ ଦିନ ହେଲା ଜାରି ରହିଛି ଏନକାଉଣ୍ଟର । ଫଳରେ ଅଶାନ୍ତ ହୋଇଛି ଜମ୍ମୁ-କାଶ୍ମରୀ । ଶନିବାର ସର୍ଚ୍ଚ ଅପରେସନ ସମୟରେ ଜଣେ ଜିଇଓଙ୍କ ସହିତ ୨ ସୈନିକଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ବିଗତ ୬ଦିନର ଏନକାଉଣ୍ଟରରେ ମୋଟ ୯ ଯବାନ ସହିଦ ହୋଇଛନ୍ତି ।
ପୁଞ୍ଚର ସୁରନକୋଟ ଜଙ୍ଗଲରେ ସୋମବାର ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଥାନାମଣ୍ଡିରୁ ପୁଞ୍ଚର ମେଣ୍ଡର ପର୍ଯ୍ୟନ୍ତ ଏନକାଉଣ୍ଟର କରାଯାଇଥିଲା । ତେବେ ପୂର୍ବରୁ ରାଇଫଲ୍ ମ୍ୟାନ ବିକ୍ରମ ସିଂହ ନେଗୀ ଓ ଯୋଗମ୍ବର ସିଂହଙ୍କର ନାର ଖାସ ବନ ଏନକାଉଣ୍ଟରରେ ସହିଦ ହୋଇଥିଲେ । ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଜଣେ ଜୁନିୟର ଅଧିକାରୀଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ ।