ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା । ସାର୍ବଜନୀନ ହେବନି ମୋଦୀଙ୍କ ଡିଗ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସାର୍ବଜନୀନ କରିବା ମାମଲାରେ ଗୁଜୁରାଟ ହାଇକୋର୍ଟ ଶୁକ୍ରବାର ରାୟ ଶୁଣାଇଛନ୍ତି । ଯାହାକୁ ନେଇ ହାଇକୋର୍ଟଙ୍କୁ ଟ୍ୱିଟ କରିଛନ୍ତି କେଜ୍ରିୱାଲ । ସେ ଲେଖିଛନ୍ତି ଦେଶବାସୀଙ୍କୁ ଏହା ଜାଣିବା ପାଇଁ କ’ଣ ଅଧିକାର ନାହିଁ । ମୋଦୀଙ୍କ ଡିଗ୍ରୀକୁ ନେଇ କୋର୍ଟରେ ଜୋରଦାର ବିରୋଧ କରାଯାଇଥିଲା । କିନ୍ତୁ କାହିଁକି? ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୋଦୀଙ୍କ ଶିକ୍ଷାଗତ ଡିଗ୍ରୀ ସମ୍ପର୍କିତ ତଥ୍ୟ ଦେବା ପାଇଁ କେନ୍ଦ୍ରୀୟ ସୂଚନା କମିଶନର ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି ।
ଜଷ୍ଟିସ ବୀରେନ ବୈଷ୍ଣବଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ମୋଦୀଙ୍କ ସ୍ନାତକ ଏଵଂ ସ୍ନାତକୋତ୍ତର ପ୍ରମାଣପତ୍ର ସାର୍ବଜନୀନ କରିବା ଆବଶ୍ୟକ ନାହିଁ । ଏହାସହ ହାଇକୋର୍ଟ କେଜ୍ରିୱାଲଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ହାଇକୋର୍ଟ ୨ ମାସ ତଳେ ଏହି ମାମଲାର ଚୁଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।