Masthead

ଭୋଗ ହେଲା ଜହର

ରାଜନଗର, (ବଡ଼ ଖବର ବ୍ୟୁରୋ): ମା’ଙ୍କ ଭୋଗ ହେଲା ଜହର । ଭୋଗ ଖାଇ ଅସୁସ୍ଥ ହେଲେ ଶତାଧିକ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ।
ପିଞ୍ଛାପାଟିଆ ଗାଁର ଶୀତଳା ଠାକୁରାଣୀଙ୍କ ମନ୍ଦିରରେ ଗତକାଲି ରନ୍ଧାଭୋଗ ଖାଇଥିଲେ ଅନେକ ଲୋକ । ଭୋଗ ଖାଇଥିବା ଲୋକମାନଙ୍କ ମଧ୍ୟରୁ କିଛି ଆଜି ସକାଳୁ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି । ଆଉ କିଛି ଲୋକଙ୍କୁ ଗାଁ ସ୍କୁଲରେ ଚିକିତ୍ସା କରାଯାଉଛି। ଅସୁସ୍ଥଙ୍କ ମଧ୍ୟରେ ଏକାଧିକ ଶିଶୁ ଅଛନ୍ତି ।

ଅନ୍ୟପଟେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ଖବର ମିଳିଛି । ଗତକାଲି ମା’ଙ୍କ ନବମୀ ପୂଜା କରାଯାଇଥିଲା । କରୋନା କଟକଣା ପାଇଁ ଗାଁର ପ୍ରତି ଘରେ ଭୋଗ ବାଣ୍ଟାଯାଇଥିଲା । ଭୋଗ ଖାଇବା ପରେ ଗତକାଲି ରାତିରୁ ଧୀରେ ଧୀରେ ଅସୁସ୍ଥତା ଅନୁଭବ କରିଥିଲେ ଭୋଗ ଖାଇଥିବା ଲୋକମାନେ । ଏନେଇ ପୂଜା ଆୟୋଜକ ଏବଂ ଗ୍ରାମବାସୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି