Masthead

କେନ୍ଦୁଝରରେ ଷ୍ଟିକର ମରା ଦୁର୍ନୀତି

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ସ୍କୁଲ ରୂପାନ୍ତକରଣ ନାମରେ ହୋଇଛି ହରିଲୁଟ । ସ୍କୁଲଗୁଡିକୁ ସୁନ୍ଦର କରିବା ପଛରେ ରହିଛିକି ଦୁର୍ନୀତି । ବିଦ୍ୟାଳୟଗୁଡିକର କବାଟ ଝରକାରେ ଷ୍ଟିକର ଲାଗିଛି। ଏହି ଷ୍ଟିକର ଲାଗିବା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା। ଏକ ନିର୍ଦ୍ଦିଷ୍ଟ ଠିକା କମ୍ପାନୀକୁ ବିନା ଟେଣ୍ଡରରେ ଏହି ଷ୍ଟିକର ଲଗାଇବା ପାଇଁ ଦିଆଯାଇ ଡିଏମଫ ପାଣ୍ଠିକୁ ହରିଲୁଟ୍ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ରହିଛି ୪୫୨ଟି ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟକୁ ୫ଟି ଉପକ୍ରମରେ ସାମିଲ କରାଯାଇ ଡିଏମଏଫ ପାଣ୍ଠିରୁ ବିଦ୍ୟାଳୟର କବାଟ ଓ ଝରକା ଆଦିକୁ ଷ୍ଟିକରିଂ କରାଯାଯାଇଛି।

ପ୍ରତି ବିଦ୍ୟାଳୟକୁ ପ୍ରାୟ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ କବାଟ ଝରକା ଷ୍ଟିକରିଂ କରାଯାଇଛି। ତେବେ ତିନୋଟି ପର୍ଯ୍ୟାୟରେ ଇତି ମଧ୍ୟରେ ୩୪୦ ବିଦ୍ୟାଳୟର ଝରକା ଓ କବାଟରେ ଷ୍ଟିକରିଂ ହୋଇଛି। ଯେଉଁଥିପାଇଁ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡିଛି । କିନ୍ତୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ ସତ୍ତ୍ବେ ଏହି କାମ ପାଇଁ ଟେଣ୍ଡର ହୋଇ ନାହିଁ ମାତ୍ର ଗୋଟିଏ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦେଇ ଦିଆଯାଇଛି। ତେବେ ଏହି କାମ ଉକ୍ତ ଠିକା କମ୍ପାନୀକୁ ଦେବା ବେଳେ ଅତ୍ୟନ୍ତ ଚତୁରତାର ସହିତ ଟେଣ୍ଡର ନ କରି କୋଟେସନ କଲ ନୋଟିସ ଜରିଆରେ ବ୍ଳକ, ମ୍ୟୁନିସିପାଲଟି ସ୍ତରରେ ଠିକା ସଂସ୍ଥା ଚୟନ କରାଯାଇଛି।

ସବୁଠୁ ବଡ଼ କଥା ହେଉଛି ଜିଲ୍ଲାର ସମସ୍ତ ବିଦ୍ୟାଳୟ ପାଇଁ ମାତ୍ର ଗୋଟିଏ ଠିକା ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଏହି କାମ ମିଳିଛି। ତେବେ ଏହି ଷ୍ଟିକରିଂର କୋଟେସନ ବେଳେ ୟୁନିଟ୍ ପିଛା ମୂଲ୍ୟ ମଗା ଯାଇଥାଏ। ଏହି ୟୁନିଟକୁ ସ୍କୋୟାର ଫୁଟ କିମ୍ବା ସ୍କୋୟର ମିଟର ଭାବେ ବିବେଚନା କରାଯାଇଥାଏ। ମାତ୍ର ଏହି କୋଟେସନ ବେଳେ ଏ ସଂପର୍କରେ କୌଣସି ନିଦ୍ଦଷ୍ଟ ମାପକ ନ ଥାଏ କୋଟେସନକୁ ବିଚାରକୁ ନିଆଯାଇଛି। ଦ୍ୱିତୀୟ କଥା ହେଉଛି, ଉକ୍ତ ଠିକା ସଂସ୍ଥା ଯେଉଁ ବିଦ୍ୟାଳୟରେ କବାଟ ଝରକାରେ ଷ୍ଟିକରିଂ କରିଛି, ତାହାର କ୍ୱାଲିଟି ଚେକ୍ କରିବାକୁ ବ୍ୟବସ୍ଥା ହୋଇନାହିଁ। କେଉଁ କ୍ୱାଲିଟିର ଷ୍ଟିକର ଲଗାଇଲା ତାହା ସୁପାରିସ୍ କେହି କରି ନାହାନ୍ତି। ମାତ୍ର ଏହାର ସମସ୍ତ ବିଲ୍ ଅର୍ଥ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ଅଧିକାଂଶ ବିଦ୍ୟାଳୟର କବାଟ ଝରକାରୁ ଏବେ ଷ୍ଟିକର ଛାଡି ଯାଉଥିବା ଦେଖିବାକୁ ମିଳିଛି।

ଯେତେବେଳେ ଠିକା ସଂସ୍ଥାକୁ ପ୍ରଶାସନ କୌଣସି କାମ ପାଇଁ ବିଲ୍ ଅର୍ଥ ଦେଇଥାଏ, ସେତେବେଳେ ଜିଏସଟି, ଲେବର ସେସ୍, ସିକ୍ୟୁରିଟି ଅର୍ଥ, ଟିଡିଏସ୍ ଆଦି କଟିଥାଏ। କିନ୍ତୁ ଉକ୍ତ ସଂସ୍ଥାକୁ ପେମେଣ୍ଟ ବେଳେ କେବଳ ଜିଏସ୍ଟି ବ୍ୟତୀତ ଅନ୍ୟ କିଛି କଟି ନାହିଁ। ଯାହାକି ସାଂଘାତିକ ଅନିୟମିତତା। ସବୁଠାରୁ ବଡ କଥା ଏତେ ସବୁ ପରେ ବି ସେତେବେଳେ ଡିଏମଏଫର ମୁଖ୍ୟ ଥିବା ଜିଲାପାଳ ଆଶିଷ ଠାକରେ କିପରି ଏହା ଜାଣି ପାରିଲେ ନାହିଁ । ନା ଜାଣିଶୁଣି ସମସ୍ତ କାମରୁ ହାତ ଝାଡ଼ି ଦେଇଛନ୍ତି । ଯାହା ତାଙ୍କର ଭୂମିକାକୁ ଅଧିକ ସନେ୍ଦହ ଘେରକୁ ନେଉଛି ।

ଏପଟେ ଏ ନେଇ ମ୍ୟୁନିସିପାଲଟି ଅଧିନରେ ଥିବା ସ୍କୁଲ ସମ୍ପର୍କରେ ଆମେ କେନ୍ଦୁଝରଗଡ ଚେୟାରମ୍ୟାନଙ୍କୁ ପଚାରିଥିଲୁ । ସେ କହିଥିଲେ ସେତେବେଳେ ଆମକୁ ସେଥିରୁ ଅଜ୍ଞାତରେ ରଖି କାମ କରୁଥିଲେ । ଏହା ଏକ ସଙ୍ଗୀନ ବିଷୟ ଏହାର ତଦନ୍ତ ନିଶ୍ଚିତ ହେବ । ଏ ନେଇ ଆମେ ଜିଲ୍ଲାପାଳଙ୍କୁ ଭେଟି ଥିଲୁ ସେ ଏହା ଶୁଣି ଚକିତ ହେବା ସହ ଫାଇଲ ଦେଖିବା ପରେ ପ୍ରତିକ୍ରିୟା ଦେବେ କହିବା ସହ ନିଶ୍ଚିନ୍ତ ଏହାର ତଦନ୍ତ ହେବ ବୋଲି କହିଥିଲେ । ଅନ୍ୟ ପକ୍ଷରେ କାମ କରିଥିବା ଠିକାସସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମଦାବାଦ ରେ ବଡ ବିମାନ ହାଦସା: ୨୬୫ ଯାତ୍ରୀ ମୃତ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ଅହମଦାବାଦ ରେ ବଡ ବିମାନ ହାଦସା: ୨୬୫ ଯାତ୍ରୀ ମୃତ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’