Masthead

ଟଙ୍କା ପାଇଁ ନୁହେଁ, ମାଛ ଚାଷ ପାଇଁ ହତ୍ୟା

ଲଇକେରା (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଧ୍ରୁବରାଜ ନାଏକ ହତ୍ୟା ମାମଲା । ମାଛଚାଷ ଲିଜକୁ କେନ୍ଦ୍ର କରି ହତ୍ୟା ସନ୍ଦେହ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାଏକଙ୍କ ହତ୍ୟାକାଣ୍ଡ ୧୦୦ ଟଙ୍କା ପାଇଁ ନୁହେଁ, ମାଛଚାଷ ଲିଜକୁ ନେଇ ହୋଇଛି ହତ୍ୟା । ଡ. ଧ୍ରୁବରାଜ ନାଏକଙ୍କ ତିନିଟି ପୋଖରୀ ଗାଁରେ ରହିଛି। ଏହି ପୋଖରୀକୁ ସେ ତିନି ବର୍ଷୀୟା ଲିଜ୍ ସୂତ୍ରରେ କୁମ୍ଵାରୀ ଗାଁର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ।

ପୋଖରୀରୁ ସ୍ଥାନୀୟ ଲୋକେ ମାଛ ଚୋରି କରି ନେବାର ଅଭିଯୋଗ ହୋଇ ଆସୁଥିଲା। ଲିଜଧାରୀ ଏନେଇ ଡ. ଧ୍ରୁବରାଜ ନାଏକଙ୍କୁ ଜଣାଇବା ପରେ ମାଛ କିଏ ଚୋରି କରି ନେଉଛି ତାହା ଜାଣିବା ପାଇଁ ସେ ଜଗୁଆଳି ରଖିଥିଲେ। ଅଭିଯୁକ୍ତ ପ୍ରବୀଣ ଧୁରୁଆ ଏବଂ ଗାଁର ଅନ୍ୟ ଜଣେ ଯୁବକ ମିଶି ମାଛ ଚୋରି କରୁଥିବା ଜାଣିବା ପରେ ଲଇକେରା ଥାନାରେ ସଂପୃକ୍ତ ଲିକଧାରୀ ଏତଲା ଦେଇଥିଲେ। ଯାହାକୁ କେନ୍ଦ୍ର କରି ଜୁନ ୨ ତାରିଖରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ପରେ ସେମାନେ ଜାମିନରେ ଫେରିଥିଲେ। ହେଲେ ଜାମିନରେ ମୁକୁଳିବା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ କରିବା ଏବଂ ମାଛଚାଷରୁ ସେମାନଙ୍କୁ ବଞ୍ଚିତ କରି ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କୁ ଏହି ସୁଯୋଗ ଦେଇଥିବାରୁ ଡ. ଧ୍ରୁବରାଜ ନାଏକଙ୍କ ପ୍ରତି ଅଭିଯୁକ୍ତମାନେ ରାଗ ରôଖଥିଲେ। ରବିବାର ଅଭିଯୁକ୍ତ ପ୍ରବୀଣ ଧୁରୁଆ ରାଗ ଶୁଝାଇବାକୁ ଯାଇ ଡ. ଧ୍ରୁବରାଜ ନାଏକଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ