Masthead

କାମକୁ ନୁହଁ ୪ଶହ କୋଟିର ପ୍ରକଳ୍ପ

କଥା ଦେଇ କଥା ରଖିଲେନି

କଣ୍ଟାମାଳ (ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୋହିପିଟାଠାରେ ୨୦୧୩ରେ ୪୦୦କୋଟି ବ୍ୟୟ ଅଟକଳରେ ସୌରଶକ୍ତି ପ୍ରକଳ୍ପ ସ୍ଥାପିତ ହୋଇଛି । ଏଥିପାଇଁ ଉକ୍ତ କମ୍ପାନୀକୁ ଇଡକୋ ତରଫରୁ କେଉଁଟିପାଲି ମୌଜାରୁ ୯୭.୨୫ ଏକର ଓ ଗୋହିପିଟା ମୌଜାରୁ ୨୬୫.୩୭ ଏକର ଜମି ଯୋଗାଇ ଦିଆଯାଇଛି । ଲକ୍ଷ୍ୟଥିଲା ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଏହି ପ୍ରକଳ୍ପରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗେଇଦେବା । ହେଲେ ଏଠାରେ ଗ୍ରୀଡ଼ ସ୍ଥାପନ ହୋଇପାରି ନଥିବାରୁ ଏଠାକାର ଉତ୍ପାଦିତ ସୌରଶକ୍ତି ସୋନପୁର ଗ୍ରୀଡ଼କୁ ଦିଆଯାଉଛି । ଏହି ପ୍ରକଳ୍ପ ସ୍ଥାପନ ଦ୍ୱାରା କେଉଁଟିପାଲି, ଗୋହିପିଟା, ଉଡ଼ିଆଗୋଠ, ହ।ତିପାଳି ଆଦି ଗ୍ରାମବାସୀଙ୍କ କେନ୍ଦୁପତ୍ର ସଂଗ୍ରହ, ଗୋଚାରଣ ତଥା ଚାଷକାମ ପ୍ରଭାବିତ ହୋଇଛି । ଏଠାରୁ କେନ୍ଦୁପତ୍ର ତୋଳି ହଜାରେରୁ ଅଧିକ ସ୍ଥାନୀୟ ମହିଳା ଗୁଜୁରାଣ ମେଣ୍ଟାଉଥିଲେ। ଏବେ ଅନେକ ଦୂରରେ ଥିବା ଜଙ୍ଗଲକୁ ଯାଉଛନ୍ତି କେନ୍ଦୁପତ୍ର ପତ୍ର ତୋଳିବାକୁ।

ପ୍ରକଳ୍ପ ଆରମ୍ଭରୁ ଗୋହିପିଟା ଗ୍ରାମବାସୀ ବିରୋଧ କରିଥିଲେ । ୧୪ଜଣ୍ୱଧ୍ୟ ଜେଲ ଯାଇଥିଲେ । ତତ୍କାଳୀନ କଣ୍ଟାମାଳ ଅତିରିକ୍ତ ତହସିଲଦ।ର ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ ଗୋହୋପିଟା ଗ୍ରାମବାସୀ ବିଜୁଳି ଯୋଗାଣ, ଗାଁରୁ ପଂଚାୟତ ଅଫିସକୁ ରାସ୍ତା ଆଦି ୧୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏକବର୍ଷ ଭିତରେ କମ୍ପାନୀ ସମସ୍ତ ଦାବୀ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

ଏହା ଭିତରେ ୭ବର୍ଷ ବିତିଗଲାଣି । ଖେଳପଡ଼ିଆ, ପୋଲ ଓ ପୋଖରୀରେ ପାହାଚ କେବଳ ଏହି ତିନୋଟି ଦାବି ପୂରଣ ହୋଇଛି । ଆହୁରି ୧୬ ଟି ଦାବି ପୂରଣ ହୋଇପାରିନାହିଁ। ଶ୍ମଶାନ ଓ ପୋଖରୀ ରାସ୍ତା ଛଡାଇ ନେଇଛି କମ୍ପାନୀ । ଏବେ ଗ୍ରାମବାସୀ ନିଜ ଜମିରେ ହିଁ ଶବ ସତ୍କାର କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତିବାଦ କଲେ ଜେଲ ଦଣ୍ଡ । ଗାଁରେ ୨୪ ଘଣ୍ଟା ବିଜୁଳି ଆଲୁଅ ଜଳିବ, ଗାଁର ସବୁଘର ପକ୍କା ହେବ, ଭୂମିହୀନଙ୍କୁ ୪ ଡ଼ିସିମିଲ ଡିହ ପ୍ରଦାନ କରାଯିବ ଆଦି ଅନେକ ସ୍ୱପ୍ନ ଦେଖେଇଥିଲା କମ୍ପାନୀ । ଏବେ ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି