Masthead

କାମକୁ ନୁହଁ ୪ଶହ କୋଟିର ପ୍ରକଳ୍ପ

କଥା ଦେଇ କଥା ରଖିଲେନି

କଣ୍ଟାମାଳ (ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୋହିପିଟାଠାରେ ୨୦୧୩ରେ ୪୦୦କୋଟି ବ୍ୟୟ ଅଟକଳରେ ସୌରଶକ୍ତି ପ୍ରକଳ୍ପ ସ୍ଥାପିତ ହୋଇଛି । ଏଥିପାଇଁ ଉକ୍ତ କମ୍ପାନୀକୁ ଇଡକୋ ତରଫରୁ କେଉଁଟିପାଲି ମୌଜାରୁ ୯୭.୨୫ ଏକର ଓ ଗୋହିପିଟା ମୌଜାରୁ ୨୬୫.୩୭ ଏକର ଜମି ଯୋଗାଇ ଦିଆଯାଇଛି । ଲକ୍ଷ୍ୟଥିଲା ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଏହି ପ୍ରକଳ୍ପରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗେଇଦେବା । ହେଲେ ଏଠାରେ ଗ୍ରୀଡ଼ ସ୍ଥାପନ ହୋଇପାରି ନଥିବାରୁ ଏଠାକାର ଉତ୍ପାଦିତ ସୌରଶକ୍ତି ସୋନପୁର ଗ୍ରୀଡ଼କୁ ଦିଆଯାଉଛି । ଏହି ପ୍ରକଳ୍ପ ସ୍ଥାପନ ଦ୍ୱାରା କେଉଁଟିପାଲି, ଗୋହିପିଟା, ଉଡ଼ିଆଗୋଠ, ହ।ତିପାଳି ଆଦି ଗ୍ରାମବାସୀଙ୍କ କେନ୍ଦୁପତ୍ର ସଂଗ୍ରହ, ଗୋଚାରଣ ତଥା ଚାଷକାମ ପ୍ରଭାବିତ ହୋଇଛି । ଏଠାରୁ କେନ୍ଦୁପତ୍ର ତୋଳି ହଜାରେରୁ ଅଧିକ ସ୍ଥାନୀୟ ମହିଳା ଗୁଜୁରାଣ ମେଣ୍ଟାଉଥିଲେ। ଏବେ ଅନେକ ଦୂରରେ ଥିବା ଜଙ୍ଗଲକୁ ଯାଉଛନ୍ତି କେନ୍ଦୁପତ୍ର ପତ୍ର ତୋଳିବାକୁ।

ପ୍ରକଳ୍ପ ଆରମ୍ଭରୁ ଗୋହିପିଟା ଗ୍ରାମବାସୀ ବିରୋଧ କରିଥିଲେ । ୧୪ଜଣ୍ୱଧ୍ୟ ଜେଲ ଯାଇଥିଲେ । ତତ୍କାଳୀନ କଣ୍ଟାମାଳ ଅତିରିକ୍ତ ତହସିଲଦ।ର ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ ଗୋହୋପିଟା ଗ୍ରାମବାସୀ ବିଜୁଳି ଯୋଗାଣ, ଗାଁରୁ ପଂଚାୟତ ଅଫିସକୁ ରାସ୍ତା ଆଦି ୧୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏକବର୍ଷ ଭିତରେ କମ୍ପାନୀ ସମସ୍ତ ଦାବୀ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

ଏହା ଭିତରେ ୭ବର୍ଷ ବିତିଗଲାଣି । ଖେଳପଡ଼ିଆ, ପୋଲ ଓ ପୋଖରୀରେ ପାହାଚ କେବଳ ଏହି ତିନୋଟି ଦାବି ପୂରଣ ହୋଇଛି । ଆହୁରି ୧୬ ଟି ଦାବି ପୂରଣ ହୋଇପାରିନାହିଁ। ଶ୍ମଶାନ ଓ ପୋଖରୀ ରାସ୍ତା ଛଡାଇ ନେଇଛି କମ୍ପାନୀ । ଏବେ ଗ୍ରାମବାସୀ ନିଜ ଜମିରେ ହିଁ ଶବ ସତ୍କାର କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତିବାଦ କଲେ ଜେଲ ଦଣ୍ଡ । ଗାଁରେ ୨୪ ଘଣ୍ଟା ବିଜୁଳି ଆଲୁଅ ଜଳିବ, ଗାଁର ସବୁଘର ପକ୍କା ହେବ, ଭୂମିହୀନଙ୍କୁ ୪ ଡ଼ିସିମିଲ ଡିହ ପ୍ରଦାନ କରାଯିବ ଆଦି ଅନେକ ସ୍ୱପ୍ନ ଦେଖେଇଥିଲା କମ୍ପାନୀ । ଏବେ ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ