କର୍ତ୍ତବ୍ୟନିଷ୍ଠଙ୍କୁ ମାନପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ଶିଖରପୁର ଛକରେ ଟ୍ରାଫିକ୍ ଡ୍ୟୁଟି କରୁଥିବା ହାବିଲଦାର ଲଳିତ ମୋହନ ରାଉତଙ୍କ କର୍ତ୍ତବ୍ୟ ପରାୟଣତା ପଥଚାରୀଙ୍କୁ ମୁଗ୍ଧ କରୁଛି । ତାଙ୍କର ଟ୍ରଫିକ୍ ପରିଚାଳନାର କାଇଦା ସମ୍ପୂର୍ଣ୍ଣ ନିଆରା । ସୋସିଆଲ ମିଡିଆରେ ତାଙ୍କର ଚର୍ଚ୍ଚା ଛାଇ ହୋଇଯାଉଛି । ଦୁର୍ଘଟଣା ଆଶଙ୍କା ଦୂର କରିବା ପାଇଁ ରାସ୍ତାରେ ପଡ଼ିଥିବା ବଜୁରି, ଚିପ୍ସକୁ ଝାଡୁ ମାରି ସଫା କରିଥିଲେ ଲଳିତମୋହନ । ଲୋକଙ୍କ ନିରାପଦ ଯାତ୍ରା ପାଇଁ ରାସ୍ତାରେ ଲଳିତମୋହନ ଝାଡ଼ୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଗତ ୧୭ରେ ଢେର ଭାଇରାଲ ହୋଇଥିଲା । ତାଙ୍କ ନିକଟକୁ ଛୁଟିଥିଲା ପ୍ରଶଂସାର ସୁଅ ।

ଲଳିତମୋହନଙ୍କ କର୍ତ୍ତବ୍ୟ ପରାୟଣତା, ଟ୍ରାଫିକ୍ ପରିଚାଳନାରେ ଦକ୍ଷତାକୁ ଚିହ୍ନିପାରିଛି କମିଶନରେଟ୍ ପୋଲିସ । ଆଜି ସିପି ସୁଧାଂଶୁ ଷଢ଼ଙ୍ଗୀ ଲଳିତମୋହନ ରାଉତଙ୍କୁ ଦେଇଛନ୍ତି ମାନପତ୍ର । ପୋଲିସସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମାନପତ୍ର ଗ୍ରହଣ କରି ଭାବବିହ୍ୱଳ ହୋଇପଡିଥିଲେ ଲଳିତମୋହନ । ମାନପତ୍ର ସହ ତାଙ୍କୁ ମଧ୍ୟ ପ୍ରୋତ୍ସାହନ ବାବଦରେ ଦିଆଯାଇଛି ୧ହଜାର ଟଙ୍କା । ଏହି ଉତ୍ସବରେ ବହୁ ବରିଷ୍ଠ ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ । ଭବିଷ୍ୟତରେ ଲଳିତମୋହନ ଏଭଳି ସେବା ଜାରି ରଖିବା ପାଇଁ ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!