Masthead

ଇନଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନଫଲୋ କଲେ କୋହଲି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିସିସିଆଇ ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଓ ଷ୍ଟାର କ୍ରିକେଟରଙ୍କ ବିବାଦ ଏବେ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ଆରସିବି-ଡିସି ମ୍ୟାଚ ପରେ ଗାଙ୍ଗୁଲି କୋହଲିଙ୍କ ସହିତ ହାତ ମିଳାଇବାରୁ ବିରତି ରହିଥିଲା । ଏହି ବିବାଦ ଏବେ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । କୋହଲି ଦିଲ୍ଲୀ କ୍ୟାପିଟାଲ୍ସ ଡାଇରେକ୍ଟର ଗାଙ୍ଗୁଲିଙ୍କୁ ଅନଫଲୋ କରିଦେଇଛନ୍ତି । ଇନଷ୍ଟାଗ୍ରାମରେ କୋହଲିଙ୍କର ପ୍ରାୟ ୨୪୬ ମିଲିୟନ ଫଲୋଅର୍ସ ଅଛନ୍ତି । ସେହିପରି ତାଙ୍କର ୨୭୬ଟି ଫଲୋଇଂ ଆକାଉଣ୍ଟ ମଧ୍ୟ ଅଛି ।

ହେଲେ ଏହି ୨୭୬ ଆକାଉଣ୍ଟରୁ ଗାଙ୍ଗୁଲି ବାଦ ପଡ଼ିଛନ୍ତି । ସୌରଭ ଗାଙ୍ଗୁଲିଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି ବିରାଟ କୋହଲି । ଏବେ କୋହଲିଙ୍କ ୨୭୫ ଫଲୋଇଙ୍ଗ ଆକାଉଣ୍ଟ ହୋଇଯାଇଛି । ଯାହାକୁ ନେଇ ଟ୍ୱିଟରରେ ଉଭୟଙ୍କର ପ୍ରଶଂସକଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି । ୧୫ ତାରିଖରେ ଆରସିବି ଏବଂ ଡିସି ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଇଥିଲା । ମ୍ୟାଚ ପରେ ଉଭୟ ଦଳ ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ହାତ ମିଳାଇଥିବା ବେଳେ ଗାଙ୍ଗୁଲି କୋହଲିଙ୍କ ସହ ହାତ ମିଳାଇନଥିଲେ । ଏହାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା