Masthead

ବଦଳିଲେ ବିଡିଓ ପଲ୍ଲବୀ ରାଣୀ ରାଜ

କୋଇଡା(ବଡ଼ ଖବର ବ୍ୟୁରୋ): ବଦଳିଲେ କୋଇଡା ବିଡିଓ । ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ କୋଇଡାରୁ ସମ୍ବଲପୁରକୁ ଟ୍ରାନ୍ସଫର କରାଯାଇଛି । ଏକାଧିକ ଘଟଣାକୁ ନେଇ ବିବାଦକୁ ଆସିଥିଲେ ପଲ୍ଲବୀ ରାଣୀ ରାଜ୍ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ବର୍ଷରୁ ଅଧିକ ସମୟ ଧରି ପଲ୍ଲବୀ ରାଣୀ ରାଜ୍‌ କୋଇଡ଼ା ବ୍ଲକ୍‌ରେ ବିଡିଓ ଥିଲେ। ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ବଦଳି ପରେ ବ୍ଲକ୍‌ର ଭାରପ୍ରାପ୍ତ ବିଡିଓ ଭାବେ ନିୟୋଜିତ କରାଯାଇଛି।

ବ୍ଲକ୍‌ରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଦେବା, ପଞ୍ଚାୟତ ଗୁଡ଼ିକରେ ଟଙ୍କା ପଡ଼ି ରହିବା, ବିଧାୟକ ଫଣ୍ଡକୁ ବ୍ଲକରେ କାର୍ଯ୍ୟକାରୀ ନକରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଏନେଇ ବିଡିଓଙ୍କ ବଦଳି ଦାବି କରିଥିଲେ ସିପିଆଇଏମ୍‌ର ହଜାର ହଜାର କର୍ମୀ । ବ୍ଲକ୍‌ର ସମସ୍ତ କର୍ମଚାରୀ ବିଡିଓଙ୍କ ବଦଳି ଦାବିରେ କଲମ ଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ। କିଛି ଦିନ ପୂର୍ବରୁ ବାପା ଓ ଭାଇଙ୍କ ବିରୋଧରେ ମାଡ଼ ମାରିବା ନେଇ ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦେଇଥିଲେ ବିଡିଓ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି