Masthead

ରାସ୍ତା ପାଲଟିଛି ମରଣଜନ୍ତା

ବୈପାରିଗୁଡା,(ବଡ଼ ଖବର ବ୍ୟୁରୋ): ସରକାର ଯାତାୟତର ସୁବିଧା ପାଇଁ ଅନେକ ଯୋଜନା କରିଚାଲିଛନ୍ତି କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ମରାମତିରେ ଅବହେଳା ଯୋଗୁଁ ରାସ୍ତା ଗୁଡିକ ପାଲଟିଯାଉଛି ମରଣଜନ୍ତା । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ପାଣ୍ଡ୍ରିପାଣି ଗ୍ରାମରେ। ଏହି ଗ୍ରାମର ରାସ୍ତା କଥା କହିଲେ ନ ସରେ । ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଛୋଟବଡ ଦୂର୍ଘଟଣାମାନ ଘଟୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ସ୍ୱାଧୀନତା କୁ ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ପାଣ୍ଡ୍ରିପାଣି ଗ୍ରାମକୁ ରାସ୍ତାଟିଏ ନାହିଁ ।

ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଦଣ୍ଡାବାଡ଼ି ପଞ୍ଚାୟତ କାର୍ୟ୍ୟାଳୟକୁ ଆସିଥାନ୍ତି କିନ୍ତୁ ରାସ୍ତା ଖରାପ ଯୋଗୁଁ ଲୋକେ ନାହିଁ ନ ଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ପ୍ରାୟ ୨ଶହ ପରିବାର ଅର୍ଥାତ ୧ ହଜାର ରୁ ଉର୍ଦ୍ଧ ଲୋକେ ନିର୍ଭର କରିଥାନ୍ତି । ତେବେ ଏହି ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଯାଇଛି । ଯେଉଁଥିପାଇଁ ଲୋକମାନେ ଯାତାୟତରେ ଅସୁବିଧା ଭୋଗିବା ସହ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା