Masthead

ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩, ଅଲଗା ହେଲା ଲ୍ୟାଣ୍ଡର ମୋଡ୍ୟୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩ । ପ୍ରୋପଲସନ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର ମୋଡ୍ୟୁଲ । ଲ୍ୟାଣ୍ଡର ମୋଡ୍ୟୁଲର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅଲଗା । ଅବତରଣ ପୂର୍ବରୁ କକ୍ଷ ପଥରୁ ନିମ୍ନକୁ ଯିବ ଲ୍ୟାଣ୍ଡର ମୋଡ୍ୟୁଲ । କାଲି ଅପରାହ୍ନ ୪ଟା ସୁଦ୍ଧା ନିମ୍ନ କକ୍ଷପଥକୁ ଯିବା ସମ୍ଭାବନା । ଆଜି ଦିନ ଗୋଟାଏ ୧୫ମିନିଟରେ ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଏବେ ଏକୁଟିଆ ତାର ଏହି ଯାତ୍ରା ଜାରି ରଖିବ । ବର୍ତ୍ତମାନ ଉଭୟ ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛନ୍ତି । ଆସନ୍ତାକାଲି ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଆହୁରି ନିକଟକୁ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ