Masthead

ନେତାଙ୍କ ଧମକ: ବଟି ଦିଅ

(ବଡ଼ ଖବର ବ୍ୟୁରୋ): ବିବାଦରେ ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ । ବିଧାୟକଙ୍କ ନାଁ ନେଇ ବାଲି ଲିଜଧାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଦୁଇ ଯୁବକ ଗିରଫ। ଗିରଫ ଦୁଇ ଯୁବକ ହେଲେ ଗୋଲିଆ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ମାନଓ ପ୍ରଧାନ ଓ ବାଲିପଦର ବିଜେଡିର ଯୁବନେତା ଟିକିନା ଗୁରୁ । ପୋଚଲୁଣ୍ଡି ବାଲିଘାଟ ଟେଣ୍ଡର ନେଇଥିବା ଲିଜଧାରୀ ମଦନ ମୋହନ ସ୍ୱାଇଁଙ୍କୁ ଦୁହେଁ ଫୋନ ଯୋଗେ ଧମକ ଦେଇ ବାଟି ମାଗିଥିଲେ ।

ଦୁଇଲକ୍ଷ ଟଙ୍କା ସହ ୨ଶହ ଗାଡ଼ି ବାଲି ବଟି ଆକରରେ ଦେବାକୁ ଧମକ ଦେଇଥିଲେ । ନଚେତ ବାଲିଘାଟ ଛାଡିବାକୁ କହିଥିଲେ। ଏଥିରେ ଅରାଜି ହେଲେ ଗୁଳି କରି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଦୁଇ ବିଜେଡି ନେତା । ଖାଲି ସେତିକି ନୁହେଁ ପୋଲିସରେ ଅଭିଯୋଗ କଲେ ବି ତାଙ୍କର କେହି କିଛି କରିପାରିବେନି ବୋଲି କହିଥିଲେ । ଯାହାର କଲ ରେକର୍ଡ ଭାଇରାଲ ହୋଇଛି । ଏନେଇ ମହୋନ ଗଞ୍ଜାମ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ବୁଗୁଡ଼ା ପୋଲିସ ଦୁଇ ଅଭିଯୁକ୍ତ ମାନସ ଓ ଟିକିନାକୁ ଗିରଫ କରିଥିବା ଜଣା ପଡ଼ିଛି । ସେପଟେ ଏହି ଘଟଣାରେ ବିଧାୟକଙ୍କ ନାଁ ଉଠୁଥିବାରୁ ବିରୋଧି ସିଧା ଟାର୍ଗେଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ