Masthead

ନେତାଙ୍କ ଧମକ: ବଟି ଦିଅ

(ବଡ଼ ଖବର ବ୍ୟୁରୋ): ବିବାଦରେ ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ । ବିଧାୟକଙ୍କ ନାଁ ନେଇ ବାଲି ଲିଜଧାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଦୁଇ ଯୁବକ ଗିରଫ। ଗିରଫ ଦୁଇ ଯୁବକ ହେଲେ ଗୋଲିଆ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ମାନଓ ପ୍ରଧାନ ଓ ବାଲିପଦର ବିଜେଡିର ଯୁବନେତା ଟିକିନା ଗୁରୁ । ପୋଚଲୁଣ୍ଡି ବାଲିଘାଟ ଟେଣ୍ଡର ନେଇଥିବା ଲିଜଧାରୀ ମଦନ ମୋହନ ସ୍ୱାଇଁଙ୍କୁ ଦୁହେଁ ଫୋନ ଯୋଗେ ଧମକ ଦେଇ ବାଟି ମାଗିଥିଲେ ।

ଦୁଇଲକ୍ଷ ଟଙ୍କା ସହ ୨ଶହ ଗାଡ଼ି ବାଲି ବଟି ଆକରରେ ଦେବାକୁ ଧମକ ଦେଇଥିଲେ । ନଚେତ ବାଲିଘାଟ ଛାଡିବାକୁ କହିଥିଲେ। ଏଥିରେ ଅରାଜି ହେଲେ ଗୁଳି କରି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଦୁଇ ବିଜେଡି ନେତା । ଖାଲି ସେତିକି ନୁହେଁ ପୋଲିସରେ ଅଭିଯୋଗ କଲେ ବି ତାଙ୍କର କେହି କିଛି କରିପାରିବେନି ବୋଲି କହିଥିଲେ । ଯାହାର କଲ ରେକର୍ଡ ଭାଇରାଲ ହୋଇଛି । ଏନେଇ ମହୋନ ଗଞ୍ଜାମ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ବୁଗୁଡ଼ା ପୋଲିସ ଦୁଇ ଅଭିଯୁକ୍ତ ମାନସ ଓ ଟିକିନାକୁ ଗିରଫ କରିଥିବା ଜଣା ପଡ଼ିଛି । ସେପଟେ ଏହି ଘଟଣାରେ ବିଧାୟକଙ୍କ ନାଁ ଉଠୁଥିବାରୁ ବିରୋଧି ସିଧା ଟାର୍ଗେଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି