Masthead

ଜୀବନ ଜୀବିକା ଦୋଛକିରେ: କରୋନା ଛଡାଇ ନେଇଛି ପିତ୍ତଳ କାରିଗରଙ୍କ ବେଉସା

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଖ୍ୟାତି ଅର୍ଜନ କରିଥିବା ଜଗମୋହନ ଗ୍ରାମର ୫ଶହରୁ ଉର୍ଦ୍ଧ୍ବ ପିତ୍ତଳ କାରିଗରଙ୍କ ଜୀବନ ଜୀବିକା ଏଵେ ଦୋଛକିରେ । କରୋନା ଛାଟରେ ଉଜୁଡି ଯାଇଛି ସେମାନଙ୍କ ବେଉସା। ଦୀର୍ଘ ଏକ ବର୍ଷ ଧରି କୋଭିଡ ମହାମାରୀ ସହ ଲକଡାଉନ ଓ ସର୍ଟଡାଉନ କଟକଣା, କଂସାରୀମାନଙ୍କ ଭାଗ୍ୟକୁ ଦୁର୍ବିସହ କରିଛି । ସକାଳ ହେବା ମାତ୍ରକେ ଗାଁ ମୁଣ୍ଡରେ ଶୁଭୁଥିଲା କଂସା ଓ ପିତ୍ତଳ ତିଆରି ସମୟର ଠଣ ଠଣ ଶଦ୍ଧ । ହେଲେ ଏହି ଶଦ୍ଧ କରୋନା କଟକଣା ଭିତରେ କାଁ ଭାଁ ଶୁଭୁଛି । ବେଉସା ଉଜୁଡି ଯାଇଥିବାରୁ କଂସା ଓ ପିତ୍ତଳ କାରିଗରମାନେ ଆଉ କାମ କରୁନାହାନ୍ତି । ହେଲେ ପେଟ ବଞ୍ଚାଇବା ପାଇଁ କେହି କେମିତି କାମ କରିବାକୁ ବାଧ୍ୟ ହେଉଛନ୍ତି । ବେପାର ନଥିବାରୁ ଏବେ ଭାଗ୍ୟକୁ ନିନ୍ଦିବା ଛଡା ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ ।

ସେପଟେ କଂସା ପିତ୍ତଳ କାରିଗରମାନଙ୍କ ଜୀବନକୁ ନୂତନ ପାଶ୍ଚାତ୍ୟ ରୂପ ଓ ଆର୍ଥିକ ସ୍ଥିତିକୁ ସୁଧାର ପାଇଁ ଶ୍ରୀୟା ନାମକ ଏକ ଏନଜିଓ ସଂସ୍ଥା ସମସ୍ତଙ୍କ ନାମ ପଞ୍ଜିକରଣ କରି ଗ୍ରାମରେ ଏକ ଗୃହ କରି କୋଟିକୋଟି ଲୁଟିଚାଲିଛି । ବିଶ୍ବ ମହାମାରୀ କରୋନା ସହର ଅପେକ୍ଷା ଗ୍ରାମାଞ୍ଚଳରେ ଜୀବନ କାଟୁଥିବା ଲୋକଙ୍କୁ ଅଧିକ ପ୍ରଭାବିତ କରିଛି । ମୁଖ୍ୟତଃ ରୋଜଗାର ଛଡାଇଛି । ଆଉ ଦିନକୁ ଓଳିଏ ଦାନା ପାଇଁ ଯନ୍ତ୍ରଣା ଜୀବନ କାଟୁଛନ୍ତି । ସରକାର ଚାହିଁଲେ ତାଙ୍କ ଜୀବନ ସୁରଖୁର ହୋଇ ରୋଜଗାରକ୍ଷମ ହେବେ ବୋଲି ପିତ୍ତଳ କାରିଗରମାନେ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ