Masthead

ଦୁର୍ଦ୍ଦିନରେ ଦୀପ କାରିଗର

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ରଙ୍ଗିନୀ ଆଲୋକ ସଜ୍ଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳି ଶୁଭ ମନାସିବେ ପ୍ରତିଟି ଓଡ଼ିଆ । ହେଲେ ସମୟ ଚାଲିବା ସହ ବଦଳିଛି ଗ୍ରାହକଙ୍କ ଚାହିଦା । ମାଟି ଦୀପର ସ୍ଥାନ ନେଲାଣି ଏବେ ଲିଚୁ ଏବଂ ଇଲେଟ୍ରିକ ବଲବ । ଅନ୍ୟପଟେ ଦୀପ ବିକ୍ରି ଉପରେ କରୋନା କଟକଣା ପ୍ରଭାବ ପକାଇଛି । ଦୁର୍ଦ୍ଦିନରେ ଦୀପ କାରିଗର । କରୋନା କଟକଣା ସହ ଦୀପ ତିଆରି ପାଇଁ ଆବଶ୍ୟକ କଞ୍ଚା ମାଲର ଦର ବୃଦ୍ଧି ଦୀପ କାରିଗରଙ୍କୁ ଚିନ୍ତାରେ ପକାଇଦେଇଛି ।

କଟକଣା ପାଇଁ ଦୀର୍ଘ ଦିନ ହେବ ମନ୍ଦିର ବନ୍ଦ ରହିଥିଲାା ଫଳରେ ହାତ ବାନ୍ଧି ବସିଥିଲେ କାରିଗର । ମନ୍ଦିର ଖୋଲିବା ପରେ ଅଣ୍ଟା ସଳଖି ଛିଡା ହେବାକୁ ଉଦ୍ୟମ କରିବା ସହିତ ରୋଜଗାର ଆଶା ରଖିଥିଲେ ବ୍ୟବସାୟୀ । କିନ୍ତୁ ଲଗାଣ ବର୍ଷା କାରିଗରଙ୍କ ହାତ ବାନ୍ଧି ଦେଇଥିଲା । ଆଗକୁ ଦୀପାବଳି, ତେଣୁ ଦୀପ ତିଆରିରେ ଲାଗି ପଡିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଂଚାୟତ ଓସ୍ତପୁର ଗ୍ରାମର କୁମ୍ବାରସାହିର ଚାଳିଶିରୁ ଅଧିକ ପରିବାର । ଦୁଇ ପଇସା ରୋଜଗାର ଆଶା ରେ ଦିନ ରାତି ଏକ କରିଦେଇଛନ୍ତି ପରିବାରର ସମସ୍ତ ସଦସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ