Masthead

୪ସିଂହ କରୋନା ଡେଲଟା ଭାରିଆଣ୍ଟ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କରୋନା ଭୂତାଣୁ କେବଳ ମଣିଷ ଶରୀରେ ପ୍ରବେଶ କରେ ବୋଲି ରହିଥିବା ଧାରଣା ଏବେ ଭୁଲ୍ ପ୍ରମାଣିତ ହୋଇଛି । କରୋନା ଭୂତାଣୁ ବଣ୍ୟଜନ୍ତୁଙ୍କୁ ମଧ୍ୟ ସଂକ୍ରମିତ କରିଥାଏ । କରୋନାର ଯେତେ ଭାରିଆଣ୍ଟ ଅଛି, ମଣିଷ ଓ ଜନ୍ତୁଙ୍କୁ ସଂକ୍ରମିତ କରିଥାଏ ବୋଲି ପ୍ରମାଣିତ ହୋଇଛି । ଚେନ୍ନାଇର ଏରିଗନାର ଜିଓଲୋଜିକାଲ ପାର୍କରେ ୪ ଟି ସିଂହଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ତାମିଲନାଡୁ ସରକାରଙ୍କ ଚିନ୍ତା ବଢିଯାଇଛି । ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ ସିଂହ କୋଭିଡ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଆଇସିଏଆର ସୂଚନା ଦେଇଛି ।

ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟି ସିଂହର ନମୁନା କୋଭିଡ ପରୀକ୍ଷା ପାଇଁ ମେ ମାସରେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହ କୋଭିଡର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସିଂହମାନଙ୍କର ଜେନୋମ ସ୍ୱିକ୍ୱେନ୍ସ ଭୋପାଳର ଏନଆଇଏଚଏସଏଡିରେ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହଙ୍କ ଶରୀରରେ କ୍ରମ ପାଙ୍ଗୋଲିନ ବଂଶଜ ବି,୧.୬୧୭.୨ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନାମକରଣ ମୁତାବକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ପୂର୍ବରୁ ହାଇଦ୍ରାବାଦ ଓ ରାଜସ୍ଥାନର ଚିଡିଆଖାନାରେ ସିଂହମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ କରୋନାର ନୂଆ ଭାରିଆଣ୍ଟ ଡେଲଟାରେ ଏରିଗନାର ଜିଓଲୋଜିକାଲ ପାର୍କର ୪ସିଂହ ଆକ୍ରାନ୍ତ ହେବା ବଣ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ଚକିତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି