Masthead

୪ସିଂହ କରୋନା ଡେଲଟା ଭାରିଆଣ୍ଟ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କରୋନା ଭୂତାଣୁ କେବଳ ମଣିଷ ଶରୀରେ ପ୍ରବେଶ କରେ ବୋଲି ରହିଥିବା ଧାରଣା ଏବେ ଭୁଲ୍ ପ୍ରମାଣିତ ହୋଇଛି । କରୋନା ଭୂତାଣୁ ବଣ୍ୟଜନ୍ତୁଙ୍କୁ ମଧ୍ୟ ସଂକ୍ରମିତ କରିଥାଏ । କରୋନାର ଯେତେ ଭାରିଆଣ୍ଟ ଅଛି, ମଣିଷ ଓ ଜନ୍ତୁଙ୍କୁ ସଂକ୍ରମିତ କରିଥାଏ ବୋଲି ପ୍ରମାଣିତ ହୋଇଛି । ଚେନ୍ନାଇର ଏରିଗନାର ଜିଓଲୋଜିକାଲ ପାର୍କରେ ୪ ଟି ସିଂହଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ତାମିଲନାଡୁ ସରକାରଙ୍କ ଚିନ୍ତା ବଢିଯାଇଛି । ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ ସିଂହ କୋଭିଡ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଆଇସିଏଆର ସୂଚନା ଦେଇଛି ।

ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟି ସିଂହର ନମୁନା କୋଭିଡ ପରୀକ୍ଷା ପାଇଁ ମେ ମାସରେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହ କୋଭିଡର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସିଂହମାନଙ୍କର ଜେନୋମ ସ୍ୱିକ୍ୱେନ୍ସ ଭୋପାଳର ଏନଆଇଏଚଏସଏଡିରେ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହଙ୍କ ଶରୀରରେ କ୍ରମ ପାଙ୍ଗୋଲିନ ବଂଶଜ ବି,୧.୬୧୭.୨ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନାମକରଣ ମୁତାବକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ପୂର୍ବରୁ ହାଇଦ୍ରାବାଦ ଓ ରାଜସ୍ଥାନର ଚିଡିଆଖାନାରେ ସିଂହମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ କରୋନାର ନୂଆ ଭାରିଆଣ୍ଟ ଡେଲଟାରେ ଏରିଗନାର ଜିଓଲୋଜିକାଲ ପାର୍କର ୪ସିଂହ ଆକ୍ରାନ୍ତ ହେବା ବଣ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ଚକିତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ