ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ହୋହାଲ୍ଲା । MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡିର ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ସେପଟେ ଭୁବନେଶ୍ବର ଲୋୟର ପିଏମ୍ଜିରେ ବିଜେଡିର ଜୋରଦାର ବିକ୍ଷୋଭ । ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗର୍ଜିଲା ଯୁବ ଓ ଛାତ୍ର ବିଜେଡି । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଜୋରଦାର ବିକ୍ଷୋଭ । ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଘେରିବାକୁ ଉଦ୍ୟମ । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ପୋଲିସର ଉଦ୍ୟମ ।
