କ୍ରିକେଟ୍ ଖେଳରୁ ମହାଭାରତ, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): କ୍ରିକେଟ ଖେଳରୁ ମହାଭାରତ । ଖେଳକୁ ନେଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ । ମାଡ଼ରେ ଯୁବକ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ବାସୁଦେବପୁର ବ୍ଲକର ନାଇକାଣିଡିହି ଥାନା ରାଜଘରପୋଖରୀ ପଂଚାୟତର ଲକ୍ଷ୍ମୀପ୍ରସାଦ ଗାଁର ସିଦ୍ଧାର୍ଥ ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ଲକ୍ଷ୍ମୀପ୍ରସାଦ ଗାଁ ପଡ଼ିଆରେ ଗତ ୨୫ ତାରିଖ ଅପରାହ୍ନରେ ସାହିସାହି ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଖେଳ ଚାଲୁଥିବା ସମୟରେ ଛକା ମାରିବାକୁ କେନ୍ଦ୍ର କରି ଉଭୟ ଦଳ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଦୁଇ ଦଳ ରକ୍ତ ଚାଉଳ ଚୋବାଇଥିଲେ। ମ୍ୟାଚ ଶେଷ ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ବିଜୟୀ ଦଳର ନେତୃତ୍ବ ନେଇ ଭଲ ଖେଳିଥିବା ସିଦ୍ଧାର୍ଥ ରାଉତ ଘରକୁ ଫେରିବା ବେଳେ ହାରି ଯାଇଥିବା ଦଳର କେତେକ ଖେଳାଳି ରାଗ ତମ୍‌ତମ୍‌ ହୋଇ ତାଙ୍କୁ କାବୁ କରି ନେଇଥିଲେ। ଆଉ ଗାଁ ମୁଣ୍ତରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିଲେ।

ଉତ୍ତ୍ୟକ୍ତ ଯୁବକମାନେ ଅତି ଅମାନୁଷିକ ଭାବେ ମାଡ ମାରିବାରୁ ସିଦ୍ଧାର୍ଥଙ୍କ ମୁଣ୍ତ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣାକୁ ସମସ୍ତେ ଦେଖୁଥିଲେ ବି କେହି ପ୍ରତିବାଦ କରି ନ ଥିଲେ। ଖବର ପାଇ ସିଦ୍ଧାର୍ଥଙ୍କ ପରିବାର ଲୋକେ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତେବେ ସିଦ୍ଧାର୍ଥକୁ ଖୁଣ୍ଟରେ ବନ୍ଧା ଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପରିବାର ପକ୍ଷରୁ ନାଇକାଣିଡିହି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ପକ୍ଷରୁ ମାମଲାରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!