Masthead

କ୍ରିକେଟ୍ ଖେଳରୁ ମହାଭାରତ, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): କ୍ରିକେଟ ଖେଳରୁ ମହାଭାରତ । ଖେଳକୁ ନେଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ । ମାଡ଼ରେ ଯୁବକ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ବାସୁଦେବପୁର ବ୍ଲକର ନାଇକାଣିଡିହି ଥାନା ରାଜଘରପୋଖରୀ ପଂଚାୟତର ଲକ୍ଷ୍ମୀପ୍ରସାଦ ଗାଁର ସିଦ୍ଧାର୍ଥ ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ଲକ୍ଷ୍ମୀପ୍ରସାଦ ଗାଁ ପଡ଼ିଆରେ ଗତ ୨୫ ତାରିଖ ଅପରାହ୍ନରେ ସାହିସାହି ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଖେଳ ଚାଲୁଥିବା ସମୟରେ ଛକା ମାରିବାକୁ କେନ୍ଦ୍ର କରି ଉଭୟ ଦଳ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଦୁଇ ଦଳ ରକ୍ତ ଚାଉଳ ଚୋବାଇଥିଲେ। ମ୍ୟାଚ ଶେଷ ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ବିଜୟୀ ଦଳର ନେତୃତ୍ବ ନେଇ ଭଲ ଖେଳିଥିବା ସିଦ୍ଧାର୍ଥ ରାଉତ ଘରକୁ ଫେରିବା ବେଳେ ହାରି ଯାଇଥିବା ଦଳର କେତେକ ଖେଳାଳି ରାଗ ତମ୍‌ତମ୍‌ ହୋଇ ତାଙ୍କୁ କାବୁ କରି ନେଇଥିଲେ। ଆଉ ଗାଁ ମୁଣ୍ତରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିଲେ।

ଉତ୍ତ୍ୟକ୍ତ ଯୁବକମାନେ ଅତି ଅମାନୁଷିକ ଭାବେ ମାଡ ମାରିବାରୁ ସିଦ୍ଧାର୍ଥଙ୍କ ମୁଣ୍ତ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣାକୁ ସମସ୍ତେ ଦେଖୁଥିଲେ ବି କେହି ପ୍ରତିବାଦ କରି ନ ଥିଲେ। ଖବର ପାଇ ସିଦ୍ଧାର୍ଥଙ୍କ ପରିବାର ଲୋକେ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତେବେ ସିଦ୍ଧାର୍ଥକୁ ଖୁଣ୍ଟରେ ବନ୍ଧା ଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପରିବାର ପକ୍ଷରୁ ନାଇକାଣିଡିହି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ପକ୍ଷରୁ ମାମଲାରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ