Masthead

ଚାଲିଥିଲା ଦେହ ବେପାର, ମାଡି ବସିଲା ପୋଲିସ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦେହ ବେପାର ବେଳେ ଚଢ଼ାଉ କଲା ମାଲକାନଗିରି ପୋଲିସ । ୨ ଦେହଜୀବୀ ଓ ୨ ଗ୍ରାହକ ଗିରଫ । ଜଣେ ମହିଳା କିଙ୍ଗପିନ ଓ ପୁରୁଷ ମାଷ୍ଟରମାଇଣ୍ଡ ଗିରଫ । ଜିଲ୍ଲା ସଦରରେ ଥିବା ପାତ୍ରଗୁଡାରେ ଏକ ଭଡା ଘରେ ଏହି ଦେହ ବ୍ୟାପାର ଚାଲିଥିବା ବେଳେ ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ। ତେବେ ଏହି ଦେହ ବ୍ୟାପାର ଅନେକ ଦିନ ଧରି ଏଠାରେ ଚାଲିଥିବା ବେଳେ ପୋଲିସ ବିଶେଷ ସୂତ୍ରରୁ ଏହି ଖବର ପାଇ ଚଢ଼ାଉ କରିଥିଲେ।

ଏହି ଚଢ଼ାଉ ବେଳେ ୨ଦେହଜୀବୀଙ୍କୁ ଗିରଫ କରାଯାଇଛି । ସେହିପରି ୨ ଦେହ ବେପାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ମଧ୍ୟ ଗିରଫ ହୋଇଛି। ତେବେ ଏହି ରାଣୀ ମହୁମାଛି ପୂର୍ବରୁ ମଧ୍ୟ ଥରେ ଗିରଫ ହୋଇଥିବା ଜଣାପଡିଛି। ସେହିପରି ଗିରଫ ଦୁଇ ଦେହଜୀବୀ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଗିରଫ ଗ୍ରାହକମାନେ ଛତିଶଗଡର ସୁକୁମା ଜିଲ୍ଲାର ବୋଲି ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ