Masthead

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମମତାଙ୍କ ଉପରେ ଗର୍ଜିଛନ୍ତି । ମିଡିଆ ସହ ଆଲୋଚନା ସମୟରେ ଅଧୀର ରଞ୍ଜନ କହିଛନ୍ତି ସେହି ମହିଳା କେତେ ବେଇମାନ କେତେ ଅହଂକାରୀ ଏହା କାହାକୁ ଅଛପା ନାହିଁ । ଯେଉଁମାନେ ତାଙ୍କୁ ରାଜନୀତିରେ ଛିଡା କରିଛନ୍ତି ସେ ସେହିମାନଙ୍କୁ ନିଜର ଅହଂକାର ଦେଖାଉଛନ୍ତି । ଆସନ ବୁଝାବଣା ନେଇ ଇଣ୍ଡିଆ ମେଣ୍ଟର ବୈଠକ ବସିବାକୁ ଥିବାବେଳେ ଟିଏମସି ଯୋଗ ଦେଇନାହିଁ ।

ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି କି, ମମତା ହେଉଛନ୍ତି ଜଣେ ବେଇମାନ ଏବଂ ଅହଂକାରୀ ନେତା । ସେ ଆହୁରି ମଧ୍ୟ କହିଛନ୍ତି ଏହି ମହିଳା ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ନେତା ବନିଛନ୍ତି । ଯେଉଁମାନେ ତାଙ୍କୁ ନେତା ବନାଇଛନ୍ତି ସେମାନଙ୍କ ସହ ବେଇମାନି କରୁଛନ୍ତି । କେବଳ ଏତିକି ନୁହେଁ, ଅଧିର ଆହୁରି କହିଛନ୍ତି କି, ସୋନିଆ ଗାନ୍ଧୀ ତାଙ୍କୁ ଭିକ ମାଗୁ ନାହାନ୍ତି ।

ତମେ ମୋଦୀଙ୍କ ଧୋକା ଦେବାକୁ ଚାହୁଁନାହଁ । ତେଣୁ ତମେ ଆସନ ବାଣ୍ଟିବାକୁ ଚାହୁଁନାହଁ । ବିଜେପି ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବାବେଳେ ତୁମେ ହିନ୍ଦୁତ୍ବକୁ ରୋକୁଛ । ତୁମ ଅହକାଂର ରହିବ ନାହିଁ । ତେବେ ପୂର୍ବରୁ ମଧ୍ୟ ଅଧିର କହିଥିଲେ କି, ଆମେ ତାଙ୍କୁ ଭିକ ମାଗୁନାହୁଁ । ସେ ନିଜେ କହିଥିଲେ କି, ଗଠବନ୍ଧନ କରିବା ପାଇଁ । ବିଜେପି ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ବେଳେ ତୁମେ ହିନ୍ଦୁତ୍ୱ ରୋକିବାକୁ ନେଇ ରାଜନୀତି କରୁଛ । ତୁମର ଓ ବିଜେପି ମଧ୍ୟରେ ଭିତିରିଆ ବୁଝାମଣା ଚାଲିଛି ବୋଲି ସେ ମମତାଙ୍କ ନାମରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’