Masthead

ସିମାଞ୍ଚଳମ ମନ୍ଦିର ହୁଣ୍ଡିରୁ ମିଳିଲା ଚେକ୍; ଆକାଉଣ୍ଟରେ ୨୨, ଚେକରେ ୧୦୦ କୋଟି

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଏ ସୃଷ୍ଟି ଭଗବାନଙ୍କର । ସୃଷ୍ଟିର ସମସ୍ତ ଉପାଦାନ ମଧ୍ୟ ତାଙ୍କର । ଏହି ଭାବଧାରାରେ ଉଦ୍ଦବୁଦ୍ଧ ହୋଇ ଜଣେ ଭକ୍ତ ପ୍ରଭୁଙ୍କୁ ବିପୁଳ ଅର୍ଥ ଦାନ କରିଛନ୍ତି । କିନ୍ତୁ ସେ ଜାଣି ନାହାନ୍ତି ଦାନ କରିଥିବା ଅର୍ଥ ତାଙ୍କ ପାଖରେ ନାହିଁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ । ପ୍ରସିଦ୍ଧ ଶ୍ରୀ ବର୍ଷାଲକ୍ଷ୍ମୀ ନରସିଂହସ୍ୱାମୀ ମନ୍ଦିର ଯାହା ଜନମାନସରେ ସିମାଞ୍ଚଳମ ମନ୍ଦିର ଭାବରେ ପରିଚିତ ।

ଅଗଷ୍ଟ ୨୩ରେ ହୁଣ୍ଡି ଖୋଲାଯାଇ ଗଣତିବେଳେ ମିଳିଥିଲା ଏକ ଚେକ୍ । ଯାହାର ଆକାଉଣ୍ଟ ନଂ ୮୩୧୩୨୯୫୪୩୪ । ତାରିଖ ପଡିନଥିବା ଏହି ଚେକରେ ମହାପ୍ରଭୁଙ୍କୁ ୧୦୦ କୋଟି ଟଙ୍କା ଦାନ ଦିଆଯାଇଥିବା ଉଲ୍ଲେଖ ଥିଲା । ମନ୍ଦିର କର୍ତ୍ତୃପକ୍ଷ ଏହି ଚେକକୁ ନେଇ ନିକଟସ୍ଥ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଶାଖାକୁ ଯାଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ତଦନ୍ତ କରି ଜାଣିଲେ ଆକାଉଣ୍ଟ ନଂରେ ମାତ୍ର ୨୨ ଟଙ୍କା ଅଛି । ବୋଧ ହୁଏ ଭକ୍ତ ଜଣଙ୍କ ମାନସିକ ବିକୃତ ଥାଇ ଏଭଳି କରିଥାଇ ପାରନ୍ତି ବୋଲି ମନ୍ଦିର କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି