Masthead

ବିଜେପି ବିଧାୟକଙ୍କ ଅଭିନବ ଉପାୟ, ‘ଡ୍ରପ ବକ୍ସ’ ରଖି ଅସ୍ତ୍ରଶସ୍ତ୍ର ଫେରାଇବାକୁ ନିବେଦନ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ଏବେ ବି ତୁଟୁନି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ସେପଟେ ନିରାପତ୍ତା ବଳଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଫେରାଇ ଆଣିବା ପାଇଁ ହୋଇଛି ଅଭିନବ ଉପାୟ । ନିଜ ଘରେ ‘ଡ୍ରପ ବକ୍ସ’ ରଖି ଜଣେ ବିଜେପି ବିଧାୟକ ଏପରି ଅଭିନବ ଉପାୟ କରିଛନ୍ତି । ବିଧାୟକ ହେଲେ ସୁସିନ୍ଦ୍ରୋ ମେଇତେଇ । ନିରାପତ୍ତା ବଳଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିବା ବ୍ୟକ୍ତିମାନଙ୍କୁ ଲୁଟ୍ ଅସ୍ତ୍ର ଫେରାଇ ଦେବା ପାଇଁ ସେ ନିବେଦନ କରିଛନ୍ତି।

ତାଙ୍କ ଘର ବାହାରେ ଥିବା ଗୋଟାଏ ‘ସେଡ୍’ରେ ଲାଗିଥିବା ବିରାଟ ପୋଷ୍ଟର୍ରେ ଉଭୟ ଇଂରାଜୀ ଓ ମଣିପୁରୀ ଭାଷାରେ ଲେଖାଯାଇଛି, ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଦୟାପୂର୍ବକ ଏଠାରେ ପକାଇ ଦିଅନ୍ତୁ। ଅସ୍ତ୍ରଶସ୍ତ୍ର ପକାଇବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଅସ୍ତ୍ରଶସ୍ତ୍ର ସବୁ ସେମାନଙ୍କ ପାଖକୁ ପ୍ରଥମେ କେମିତି ଆସିଥିଲା ସେ କଥା ପଚରାଯିବ ନାହିଁ। ଏହାଛଡ଼ା, ‘ଡ୍ରପ୍ ବକ୍ସ’ ଯେଉଁମାନେ ଅସ୍ତ୍ରଶସ୍ତ୍ର ପକାଇବେ ସେମାନଙ୍କ ନାମ ବି ଗୋପନ ରଖାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି