Masthead

ମନୀଷ ମୃତ୍ୟୁ ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲା । ମନୀଷଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଇନଫୋସିଟି ଥାନା ପୋଲିସ । ୩ ଅଭିଯୁକ୍ତଙ୍କୁ ଝାରପଡା ଜେଲରୁ ନିଆଗଲା । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରାଯିବ । ଏ ନେଇ ଭବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ବ୍ୟାଚଲର ଭୋଜି ଦେବାକୁ ଯାଇଥିଲେ ମନୀଷ । ଇନଫୋସିଟି ଗାଲେକ୍ସି ଗାର୍ଡେନ କମ୍ପେ୍ଲକ୍ସ ପାଖରୁ ମନୀଷ ଅନୁରାଗ, ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର କାରରେ ଲକ୍ଷ୍ମୀସାଗରରେ ଥିବା ଏକ ବାରକୁ ଯାଇଥିଲେ । ସେଠାରୁ ରାତି ପ୍ରାୟ ୮ଟାରେ ବାହାରି ଏକାଠି ବୁଲାବୁଲି କରିଥିଲେ ।

ପରେ ରାତି ପ୍ରାୟ ୧୨ଟାରେ ହୋଟେଲ ସାଉଥ ଗାଲାକ୍ସି ବାରକୁ ଯାଇଥିଲେ । ବାରରେ ଖିଆପିଆ କରିବା ପରେ ୮ରୁ ୧୦ ହଜାର ଭିତରେ ବିଲ ହୋଇଥିଲା । ମନୀଷଙ୍କ ସହ ଥିବା ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିଲେ । କିନ୍ତୁ ପୁରା ବିଲ ଦେଇନଥିବାରୁ ମନୀଷଙ୍କୁ ବାରରେ ଅଟକ ରଖାଯାଇଥିଲା । ପୁଣି କିଛି ସମୟ ପରେ ମନୀଷ ଟଙ୍କା ଦେଇ ସେଠାରୁ ଏକୁଟିଆ ବାହାରି ଥିଲେ ।

ପରେ ବିଲ ପେମେଣ୍ଟକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଖାଲି ଏତିକି ନୁହେଁ ସେଠାରେ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ଆଉ ଏହି ମାରପିଟରେ ମନୀଷଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ପୋଲିସ ମୃତ୍ୟୁଞ୍ଜୟ ମହାପାତ୍ର, ଦୀନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ