Masthead

ସହାୟତା ଅପେକ୍ଷାରେ ମଞ୍ଜୁ

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଭଞ୍ଜନଗର ଶଙ୍ଖସାହି ଅଞ୍ଚଳର ମଞ୍ଜୁ ନାଇକ । ବୟସ ୫୦ ଛୁଇଁଲାଣି । ଆଖିରେ ବଢ଼ୁଛି ମାଂସ ପିଣ୍ଡୁଳା । ଅସହ୍ୟ ହେଉଛି ଯନ୍ତ୍ରଣା । ଘା’ ବଢ଼ିବାବାରୁ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛନ୍ତି ମଞ୍ଜୁ । ଚିକିତ୍ସା କରିବା ଲାଗି ଅର୍ଥ ସାଜିଛି ବାଧକ । ଝିଅକୁ ଛାଡିଦେଲେ ସାହା ଭରସା କହିଲେ କେହି ନାହିଁ । ରହିବାକୁ ଘର ଖଣ୍ଡେ ନାହଁ । ଅସହାୟ ମା’ ଝିଅ ବିଶ୍ରାମଗାରରେ ଦିନ କାଟୁଛନ୍ତି । ରାସ୍ତା କଡ଼ରେ ପଡିଥିବା ପଲିଥିନ, ବୋତଲ ଆଦିକୁ ବିକିବା ଓ ମନ୍ଦିରରୁ ଭିକ ମାଗି ଚଳୁଛନ୍ତି । ଚିକିତ୍ସା କରିବାକୁ ଲାଗି ଟଙ୍କା ବା ଆସିବ କେଉଁଠୁ । ପର ହାତଟେକାରୁ ଯେତିକି ମିଳୁଛି ସେତିକିରେ ଦୁଇପ୍ରାଣୀ ଚଳିବାକୁ ନିଅଣ୍ଟ ।

ଆଖିର ଯନ୍ତ୍ରଣା ଏତେ ପରିମାଣରେ ବଢ଼ୁଛି କି ମରିଯିବାକୁ ଇଛା ହେଉଛି ବୋଲି କହୁଛନ୍ତି ମଞ୍ଜୁ । ତଥାପି ଝିଅର ଭବିଷ୍ୟତ କଥା ଭାବି କାନ୍ଦି ପକାଉଛନ୍ତି । ସାହିବାସୀ ତାଙ୍କର ଚିକିତ୍ସା କରାଇବା ଲାଗି ମେଡିକାଲକୁ ନେଇଥିଲେ । ତେବେ ଚିକିତ୍ସା ଲାଗି ଅଧିକ ଅର୍ଥର ଆବଶ୍ୟକ ରହିଛି । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ମଞ୍ଜୁଙ୍କୁ ବିଧବା ଭତ୍ତା କିମ୍ବା ପଟା ନଥିବାରୁ ଆବାସ ଯୋଜନାରେ ପକ୍କା ଘରେ ଖଣ୍ଡେ ମିଳିନାହିଁ । ସରକାରୀ ସହାୟତା ମିଳିଲେ ସେ ସୁସ୍ଥ ହୋଇ ଯାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଥାଉକି, ଭଞ୍ଜନଗର ଶଙ୍ଖସାହିର ଭୀମ ନାଇକ ଓ ତୁଳସାଙ୍କ ଝିଅ ମଞ୍ଜୁ । ମଞ୍ଜୁ ସେହି ସାହିର ବାୟା ମାଧେଇକୁ ବିବାହ କରିଥିଲେ । ବାୟା ମାନସିକ ବିକୃତିର ହୋଇଥିବା ବେଳେ ଗତ ୨୦ ବର୍ଷ ହେବ ସେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଅର୍ଥ ଅଭାବରୁ ସାହିବାସିନ୍ଦା ଚାନ୍ଦା କରି ବାୟାଙ୍କ ଶବ ସଂସ୍କାର କରିଥିଲେ । ବାପା, ମା ଓ ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ଝିଅ କାବେରୀକୁ ନେଇ ପାଲ କୁଡିଆ ଘରେ ଜୀବନ କାଟୁଥିଲେ, ଗତ ଫାଇଲିନରେ ଉଡିଯାଇଥିଲା ତାଙ୍କ ଘର । ଏହାପରେ ମା’ ଝିଅ ମନ୍ଦିର ବେଢ଼ାରେ ପରିତ୍ୟକ୍ତ ଅବସ୍ଥାରେ ଜୀବନ କାଟୁଛନ୍ତି । ଏତିକିରେ କମିନଥିଲା ମଞ୍ଜୁଙ୍କ ଦୁଃଖ । ପରକୁ ଆଶ୍ରା କରି ଜୀବନ କାଟୁଥିବା ମଞ୍ଜୁଙ୍କ ଆଖିରେ ବଢ଼ିବାରେ ଲାଗିଥିଲା ମାଂସ ପିଣ୍ଡୁଳା । ସରକାରୀ ସହାୟତା ମିଳିଲେ ବାକି ଜୀବନ ଖୁସିରେ କଟିଦିଅନ୍ତି କୋଲି କୋହଭରା କଣ୍ଠରେ କହିଛନ୍ତି ମଞ୍ଜୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି