Masthead

ଭାରତ ପାଇଁ ଚୀନ ବିପଦ, ଡୋକଲାମରେ କରୁଛି ସେନା ଛାଉଣୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡୋକଲାମ ନିକଟରେ ଚୀନ୍ ନିର୍ମାଣ କରିଛି ୧ହଜାର ଘର । ଏଠାରେ ସୈନ୍ୟ ରହିବା ସହ, ଯୋଗାଯୋଗ ଟାୱାର ବି ନିର୍ମାଣ ହୋଇଛି । ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ଭୂଟାନ ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ନିଜର ସୈନ୍ୟଙ୍କ ପାଇଁ ୧ହଜାର ଘର ନିର୍ମାଣ କରିଛି । ଯାହା ଏବେ ଭାରତୀୟ ସେନା ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଏହି ଘର ଡୋଲାନ ନିକଟରେ ଅଛି । ଏବଂ ଡୋକଲାନ ହେଉଛି ଭାରତ-ଚୀନ-ଭୂଟାନର ତ୍ରୀକୋଣ ଅଞ୍ଚଳ । ଯେଉଁଠାରେ ଭାରତର ସିଲିଗୁଡି କରିଡର ଚୀନର ପିଏଲଏ ସହ ଏକ ସରଳ ରେଖାରେ ରହିଛି । ଏହି ଅଞ୍ଚଳରେ ୨୦୧୭ରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ ।

ଏବେ ଚୀନ ସେହି ଅଞ୍ଚଳରେ ପିଏଲଏ ପାଇଁ ସ୍ଥାୟୀ ବାସଭବନ ନିର୍ମାଣ କରିଛି । ଏହା ସହ କିଛି ଅସ୍ଥାୟୀ ବାସଭବନ, ଯୋଗାଯୋଗ ଟାୱାର ମଧ୍ୟ ନିର୍ମାଣ କରିଛି । ୨୦୧୭ରେ ଯେଉଁ ଅଞ୍ଚଳରେ ଭାରତୀୟ ସେନା ଠାରୁ ଚୀନ ସୈନିକମାନେ କଡ଼ା ଜବାବ ପାଇଥିଲେ ସେହି ସ୍ଥାନକୁ ପ୍ରବେଶ କରିବା ପାଇଁ ଚୀନ ଏଭଳି ପ୍ରୟାସ କରିଛି । ୨୦୧୭ ପୂର୍ବରୁ ଚୀନ କିମ୍ବା ଭୂଟାନ ସେନାର ପାଟ୍ରୋଲିଂ ବ୍ୟବସ୍ତା ଏଠାରେ ନଥିଲା । କିନ୍ତୁ ୨୦୧୭ ପରେ ଭାରତୀୟ ସେନା ସେଠାରେ ପାଟ୍ରୋଲିଂ ଆରମ୍ଭ କରିବା ପରେ ଭୂଟାନକୁ ଚୀନ ନିଜର ବୋଲି ଦାବି କରିଥିଲା । ସେଠାରେ ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଯାହାକୁ ଭାରତୀୟ ସେନା ବିରୋଧ କରିଥିଲେ ।

ଉଭୟ ସେନା ମଧ୍ୟରେ ପ୍ରାୟ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।୧୯୬୦ରେ ଚୀନ ସରକାର ଏକ ବିବୃତ୍ତି ଜାରି କରି ଭୂଟାନ, ସିକ୍କିମ ଓ ଲଦାଖକୁ ଏକୀକୃତ ତିବ୍ଦତର ଅଂଶ ବିଶେଷ ଭାବେ ଦର୍ଶାଇଥିଲା । ଭାରତୀୟ ସାମରିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଡୋକଲାମର ପଶ୍ଚିମ ଅଞ୍ଚଳକୁ ଚୀନ ନିଜ ନିୟନ୍ତ୍ରଣରେ ରଖିବା ଫଳରେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ । ଡୋକଲାମ ନିୟନ୍ତ୍ରଣ ଫଳରେ ଚୀନ ସେନାକୁ ସାମରିକ ଦୃଷ୍ଟିରୁ ବଡ଼ ଫାଇଦା ହେବ । ଚୀନ୍ ସେନା ଭୂଟାନ ଓ ସିକ୍କିମ ମଧ୍ୟରେ ଥିବା ବିଶାଳ ଚୁମ୍ବି ଉପତ୍ୟକା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଡୋକଲାମ ପାହାଡୀ କ୍ଷେତ୍ର ଓ ସିଲିଗୁଡି କରିଡର ଉପରେ ମଧ୍ୟ ନଜର ରଖିପାରିବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି