Masthead

ମନକୁ ପାଉନି ମାଟ୍ରିକ ମାର୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମନକୁ ପାଉନି ମାଟ୍ରିକ ମାର୍କ । ମିଳିଥିବା ମାର୍କରେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାକୁ ଓହ୍ଲାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଆଉ ଥରେ ପରୀକ୍ଷା ନୁହେଁ, ଅଧିକ ନମ୍ବର ପାଇଁ ସେମାନେ କରୁଛନ୍ତି ଦାବି । ସେପଟେ ଭଞ୍ଜନଗରରେ ଘରୋଇ ସ୍କୁଲର ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ପିଲା । ମନକୁ ପାଉନି ମ୍ୟାଟ୍ରିକ ମାର୍କ । ମାର୍କକୁ ନେଇ ହୋ ହାଲ୍ଲା କରିଛନ୍ତି ଛାତ୍ରଛାତ୍ରୀ । କଟକରୁ ପୁରୀ, ଭୁବନେଶ୍ୱରରୁ ଭଞ୍ଜନଗର ମ୍ୟାଟ୍ରିକ ମାର୍କକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଛାତ୍ର ଆଶାନ୍ତି । କିଏ କହୁଛି ମାର୍କ କମିଛି ତ ଆଉ କିଏ କହୁଛି ପାତରଅନ୍ତର ହୋଇଛି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ହୋହାଲ୍ଲା କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା କହିଛନ୍ତି ପିଲାମାନେ ।

ରାଜଧାନୀରେ ବି ସମାନ ଅବସ୍ଥା । ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ମଧ୍ୟ ବିିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ଉଚିତ ମୂଲ୍ୟାୟନ ନକଲେ ଆତା୍ମହୂତୀ ଦେବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପୁରୀରେ ବି ସମାନ ଅବସ୍ଥା । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଛାତ୍ରଛାତ୍ରୀ । ସାଇ ଗୁରୁକୁଳ ନାମକ ଏକ ଘରୋଇ ସ୍କୁଲର ରେଜଲ୍ଟ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଅଫିସ ଘେରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ପିଲା ତାତିଛନ୍ତି । ପିଲାଙ୍କ ମନମୁତାବକ ମାର୍କ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଚାରି ବର୍ଷର ମାର୍କୁ ଅଧାର କରି ମୂଲ୍ୟାୟନ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମାର୍କରେ ଅସନ୍ତୁଷ୍ଟ ଥିବା ପଲାମାନେ ବିଚଳିତ ନହୋଇ ପୁନଃ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ସବୁ ଭିତରେ ତୁରନ୍ତ ମାର୍କର ଦ୍ୱନ୍ଦ୍ୱକୁ ଦୂର କରିବାକୁ ଦାବି କରିଛନ୍ତି ବହୁ ବିଶିଷ୍ଟ ଶିକ୍ଷାବିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ