Masthead

ପୁଣି ବର ସାଜିବେ ବିଧାୟକ ବ୍ୟୋମକେଶ ରାୟ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ(ବାପି) ନିଜ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଜୁଲାଇ ୨ତାରିଖରେ ସେ ପାରମ୍ପରିକ ରୀତିନୀତିରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନରେ ବିବାହ କରିବେ ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲାର ଏକ ପ୍ରମୁଖ ୱେଡିଂ ଡେଷ୍ଟିନେସନରେ ଥିବା ଗୋଟିଏ ତାରକା ହୋଟେଲରେ ହେବ ବିଧାୟକଙ୍କ ବିବାହ ସମାରୋହ । ଏହା ଦୁଇଦିନ ଧରି ଚାଲିବ। ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ହେବ। ଜୁଲାଇ ୧ ଓ ୨ଦିନ ଧରି ବିବାହ ସମାରୋହ ପାଇଁ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ବୁକ୍ କରାଯାଇଛି। ଇତିମଧ୍ୟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି ।

ବିବାହ କାର୍ଯ୍ୟକ୍ରମକୁ ଯଥାସମ୍ଭବ ଗୁପ୍ତ ରଖାଯାଉଛି। ମାତ୍ର ବିବାହ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ବିଧାୟକ ନିଜର ଜଣେ ପୁରୁଣା ରାଜନୀତିକ ସହଯୋଗୀଙ୍କୁ ବିବାହ କରୁଥିବା ଜଣାପଡ଼ିଛି। ବିଧାୟକ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ନିଜର ଦୀର୍ଘଦିନର ବାନ୍ଧବୀ ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ଶ୍ରୀ ରାୟ ପ୍ରେମ ବିବାହ କରିଥିଲେ। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି, ଯାହାର ବୟସ ଏବେ ୫ବର୍ଷ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି