Masthead

ଭଗବାନ ପର୍ଶୁରାମଙ୍କୁ ବିଧାୟକଙ୍କ ଅପମାନ, ୧୨ ଘଣ୍ଟା ବନ୍ଦ ରହିଲା ପାଟଣାଗଡ଼

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ଅସମ୍ମାନର ସୀମା ଟପିଗଲେ ବିଧାୟକ । ମହିଳା ସାଂସଦ, ସାମ୍ବାଦିକ ପରେ ସ୍ଵୟଂ ଭଗବାନଙ୍କୁ ବି ଛାଡିଲେନି ଓ ପର୍ଶୁରାମଙ୍କ ଫଟୋ କାଢ଼ି ସେଠାରେ ବିଜୁ ବାବୁଙ୍କ ମୂର୍ତ୍ତୀ ସ୍ଥାପନ କରି ପୁଣି ବିବାଦରେ ବିଧାୟକ ସରୋଜ ମେହେର । ଏପରିକି ଏନଏସିର ବିନା ଅନୁମତିରେ ମନମାନି କରି ମୂର୍ତ୍ତି ବସାଇବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଗତକାଲି ବିକ୍ଷୋଭ ପରେ ଆଜି ବାର ଘଣ୍ଟିଆ ପାଟଣାଗଡ଼ ବନ୍ଦ ପାଳନ କରାଯାଇଛି । ଯେଉଁଥିରେ ୨୦ ରୁ ଅଧିକ ସଂଗଠନ ସହ ବିଭିନ୍ନ ରାଜନୈତିକ ଦଳର ନେତା ସାମିଲ ହୋଇ ସମର୍ଥନ ଜଣାଇଛନ୍ତି । ଭାଗବାନଙ୍କୁ ଅପମାନର ଇଏ ହେଉଛି ପ୍ରତିଫଳନ ।

ବିଧାୟକଙ୍କ ଆଚରଣରେ କ୍ଷୁବ୍ଧ ଜନତା ଆନ୍ଦୋଳନ କରିବା ସହ ବାର ଘଣ୍ଟିଆ ପାଟଣାଗଡ ବନ୍ଦ ପାଳନ କରିଛନ୍ତି । ଭଗବାନ ପର୍ଶୁରାମଙ୍କୁ ବିଧାୟକ ସରୋଜ ମେହେର ଅସମ୍ମାନ କରିଥିବା ପ୍ରତିବାଦରେ ଆଜି ପାଟଣାଗଡ ବନ୍ଦ ପାଳନ କରିଛି ହିନ୍ଦୁ ସମାଜ । ସହରର ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ ବନ୍ଦ ସହ ଗାଡି ମଟର ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଆନ୍ଦୋଳନକୁ ସହରର ଲୋକେ ସ୍ଵତଃସ୍ପୃତ ଭାବେ ସମର୍ଥନ କରିବା ସହ ଏଥିରେ ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ଫଟୋକୁ ହଟାଇ ବିଜୁ ବାବୁଙ୍କ ମୂର୍ତ୍ତୀ ସ୍ଥାପନକୁ ନେଇ ଏବେ ଅଡୁଆରେ ବିଧାୟକ । ତାଙ୍କ ଆଚରଣ ଓ କାର୍ୟ୍ୟଧାରା ପ୍ରତିବାଦରେ ଲୋକେ ଆନ୍ଦୋଳନକୁ ଓଲାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏବଂ ସେ ବିବାଦୀୟ ଜାଗାରୁ ବିଜୁ ବାବୁଙ୍କ ମୂର୍ତ୍ତି ହଟାଇ ଭଗବାନ ପର୍ଶୁରାମଙ୍କ ଫଟୋ ପୁନଃ ସ୍ଥାପନ କରା ଗଲା ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । କେବଳ ବିଭିନ୍ନ ସଂଗଠନ ନୁହେଁ, ଏହି ଆନ୍ଦୋଳନରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ନେତାମାନେ ମଧ୍ୟ ସାମିଲ ହୋଇଥିଲେ । ଭଗବାନ ପର୍ଶୁରାମଙ୍କ ଫଟୋକୁ ହଟାଇ ସେଠାରେ ପ୍ରବାଦ ପୁରୁଷଙ୍କ ମୂର୍ତ୍ତୀ ସ୍ଥାପନ ଘଟଣାକୁ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି