Masthead

ବିଧାୟକମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ: ଅମର ଶତପଥୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେବଳ ଏବେ ନୁହେଁ ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା। ସମସ୍ତ ସାଂସଦ ଓ ବିଧାୟକ ମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ । ସ୍ୱାଭାବିକ ଭାବେ ନିର୍ବାଚନ ବେଳେ ଅଧିକ ଯୋଗାଯୋଗରେ ରହିବାକୁ ପଡେ । ନିର୍ବାଚନ ଯେଉଁ ସମୟରେ ହେଉ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି, ତାହାକୁ ନେଇ ଆମେ ଲୋକଙ୍କ ନିକଟତର ହୋଇ ରହିଛୁ । ଲୋକମତ ସ୍ପଷ୍ଟ ଅଛି, ନିର୍ବାଚନ ଫଳାଫଳ କଣ ହେବାକୁ ଯାଉଛି ।

ଏହି ପ୍ରକ୍ରିୟା ଏବେ ନୁହେଁ, କ୍ରମାଗତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହେଉଛି । ନବୀନ ପଟ୍ଟନାୟକଙ୍କ ଶାସନର ସୁଫଳ ଲୋକଙ୍କୁ ମିଳୁଛି । ମଧୁବାବୁ ପେନସନ ଯୋଜନାରେ ସିଧାସଳଖ ସୁଫଳତା ସାଢ଼େ ୪ଲକ୍ଷ ଲୋକ ପାଇବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବା ମୁଖ୍ୟ କାର‌୍ୟ୍ୟ ହୋଇଛି ।

ଗରିବ ଓ ସାଧାରଣ ଲୋକ ଏଥିରେ ଉପକୃତ ହେବେ ତାହା ବିଜେଡିର ଫୋକ୍ସ । ବିଜେଡି ଫୋକ୍ସକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ । ରାଜ୍ୟ ବିଭିନ୍ନ ଯୋଜନା ଘୋଷଣା କରିଛି, କରୁଛି । ଆଜି ନୁହେଁ ଲଗାତାର ଭାବେ ହେଉଛି । କେନ୍ଦ୍ର କଥା ଆମେ ଜାଣିନାହୁଁ । ଜନସାଧାରଣଙ୍କ ଲାଗି ଯାହା ଉଦିଷ୍ଟ, ଆବଶ୍ୟକତା ଭିତ୍ତିରେ ସେହି ଯୋଜନା ହେଉଛି । ସବୁ ବର୍ଗଙ୍କୁ ସାମିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ