Masthead

ପ୍ରଚାର କରିବେ ମୋଦି-ସୋନିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସମେତ ୫ ବିଧାନସଭା ଆସନ ଓ କର୍ଣ୍ଣାଟକ ବିଧାନସଭା ପାଇଁ ମେ ୧୦ ରେ ପଡ଼ିବ ଭୋଟ । ଆଜି ନାମାଙ୍କନର ଶେଷ ଦିନ । ପଞ୍ଜାବର ଜଳନ୍ଧର, ଓଡ଼ିଶା ଝାରସୁଗୁଡ଼ା , ଊତ୍ତରପ୍ରଦେଶର ଚନବେ , ସୁଆର ଓ ମେଘାଳୟର ସୋଲେନ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥିିପତ୍ର ଦାଖଲର ଶେଷ ଦିନ । ସେହିପରି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ମଧ୍ୟ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ।

ଇତି ମଧ୍ୟରେ ଜାତୀୟ ଦଳ କଂଗ୍ରେସ ଓ ବିଜେପି କର୍ଣ୍ଣାଟକରେ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପନରମାନଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସର ଷ୍ଟାର କ୍ୟାମ୍ପନରମାନଙ୍କ ମଧ୍ୟରେ ଅଛନ୍ତି ଦଳର ହାଇକମାଣ୍ଡ ମଲ୍ଲିକାଜ୍ଜୁନ ଖଡ଼ଗେ , ୟୁପିଏ  ଚ୍ୟାରମ୍ୟାନ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ , ପ୍ରିୟଙ୍କା ଗାନ୍ଧୀ ଭଦ୍ରା , ଜୟରାମ ରମେଶ , ବିକେ ଶିବ କୁମାର, ସିଦ୍ଧରମେୟା, ଶଶୀ ଥରୁର, ଜଗଦୀଶ ସେଟ୍ଟର, କେସି ଭେନୁ ଗୋପାଳ, ରଣଦୀପ ସିଂ  ସୂରଜୱାଲା ।

ସେହିପରି ବିଜେପି ୪୦ ଜଣୀୟା ଷ୍ଟାର କ୍ୟାମ୍ପନରଙ୍କ ନାମ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ପରିବହନମନ୍ତ୍ରୀ ନୀତିନ ଗଡ଼କାରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ , ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ପ୍ରମୁଖ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ