Masthead

ଦୋଳରେ ଲାଗିଲା କଟକଣା

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): କରୋନା ପୁଣି ମାଡିଆସିଲାଣି । ଚେକ୍ ଦେବା ଲାଗି ରାଜ୍ୟ ସରକାର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ବଜାର ହାଟରେ ଅଯଥା ଭିଡ ନଜମାଇବା ପାଇଁ ଳୋକଙ୍କୁ ପରାମର୍ଶ ଦିଆଯାଉଛି । ସେହିପରି ଦୋଳରେ ଲାଗିଛି କଟକଣା । କରୋନାକୁ ଦୃଷ୍ଟିରେ ରଖି ଦୋଳଯାତ୍ରା ପାଇଁ ରାଜ୍ୟବ୍ୟାପୀ କଟକଣାକୁ ଆହୁରି କଡାକଡି କରାଯାଇଛି ।

ଦୋଳ ଯାତ୍ରା ସମୟରେ ବିମାନ ବହନ ପାଇଁ ସର୍ବାଧିକ ଛଅ ଜଣଙ୍କୁ ଅନୁମତି ଦିଆଯିବ । କୌଣସି ଶୋଭାଯାତ୍ରା ଓ ଧ୍ୱନି, ବାଦ୍ୟଯନ୍ତ୍ର ବଜାଯିବ ନାହିାଁ ପ୍ରତିମା ବହନ କରୁଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ପିନ୍ଧିବେ । ଦୋଳ ମେଲଣ ପଡିଆରେ ସର୍ବାଧିକ ୫୦ ରୁ ୬୦ ଜଣ ଉପସ୍ଥିତ ରହିପାରିବେ। ଦୁଇଜଣଙ୍କ ମଧ୍ୟରେ ଛଅ ଫୁଟ ସାମାଜିକ ଦୂରତା ବଜାୟ ରଖିବେ ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମେଲଣ ପଡିଆରେ କୌଣସି ଯାତ୍ରା, ଅର୍କେଷ୍ଟ୍ରା, ମୀନା ବଜାର ହେବ ନାହିଁ । କରୋନା କଟକଣାକୁ ପାଳନ କରି ମନ୍ଦିର ଭିତରେ ଧାର୍ମିକ ରୀତିନୀତି କରାଯାଇପାରିବ । ମନ୍ଦିର ଭିତରେ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ନାହିଁ। ସେହିପରି ହୋଲିରେ ମଧ୍ୟ କଟକଣା ଜାରି କରାଯାଇଛି । ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘର ଭିତରେ ରହି ହୋଲି ଖେଳିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ