Masthead

ହଷ୍ଟେଲରେ ବିଷାକ୍ତ ଖାଦ୍ୟ ଖାଇ ୧୮ ରୁ ଅଧିକ ଛାତ୍ରୀ ଡାଇରିଆ ରେ ଆକ୍ରାନ୍ତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ହଷ୍ଟେଲ ରେ ମୁଢ଼ି ଆଳୁ ତରକାରୀ ଖାଇ ୧୮ରୁ ଅଧିକ ଛାତ୍ରୀ ଡାଇରିଆ ରେ ଆକ୍ରାନ୍ତ । ଗୁରୁତର ଅବସ୍ଥାରେ ୧୮ ଛାତ୍ରୀଙ୍କୁ ବାଲେଶ୍ୱର ମେଡ଼ିକାଲ ରେ ଭର୍ତ୍ତି କରଯାଇଛି । ସ୍ଵତନ୍ତ୍ର ଡାକ୍ତର ଟିମ୍ ଦ୍ୱାରାଚିକିତ୍ସା ଚାଲିଛି । ବାଲେଶ୍ୱର ଘରୋଇ ନିଷ୍ଟ୍ ଯୁକ୍ତ ଦୁଇ ବିଜ୍ଞାନ କଲେଜ ର ୧୮ ରୁ ଅଧିକ ଛାତ୍ରୀ ଡାଇରିଆ ରେ ଆକ୍ରାନ୍ତ ହୋଇଛନ୍ତି । କଲେଜ୍ ହଷ୍ଟେଲରେ ରୋଷେଇ ହୋଇଥିବା ଆଳୁ ତରକାରୀ ଖାଇବା ଦ୍ୱାରା ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି ।ଛ ଖାଦ୍ୟ ଖାଇବା ପରେ ଛାତ୍ରୀ ମାନଙ୍କର ମୁଣ୍ଡ ଓ ପେଟ ବ୍ୟଥା କରିବା ସହ ବାନ୍ତି ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ ଡାଇରିଆ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ତେବେ ଗୁରୁତର ଛାତ୍ରୀ ମାନଙ୍କ କହିବା ଅନୁଯାୟୀ ପୂର୍ବରୁ ଅନେକ ଥର ମୁଢ଼ି ଆଳୁ ତରକାରୀ ଦିଆ ଯାଇଥିଲେ ବି ଖାଇବା ଦ୍ୱାରା କିଛି ବି ଅସୁବିଧା ହେଉନଥିଲା । ମାତ୍ର ଆଜି ସେହି ମୁଢ଼ି ଆଳୁ ତରକାରୀ ଖାଇବା ପରେ ଆମର କାହିଁକି ଏମିତି ଅବସ୍ଥା ହେଲା କିଛି ଜଣା ପଡୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ