Masthead

ମା’ଙ୍କ ଅତୁଳନୀୟ ରୂପ, ପନିପରିବାରେ ସୁଦର୍ଶନଙ୍କ କ୍ରିଏଟିଭିଟି

ପୁରୀ (ବଡ଼ ଖବର ବ୍ୟୁରୋ) : ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ। ଆଜି ସବୁଠି ପାଳନ ହେଉଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗତଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ସ୍ଥାନରେ ଚାଲିଛି ମାଆ ଦୁର୍ଗାଙ୍କ ଅରାଧନା । ବିଭିନ୍ନ ସ୍ଥାନରେ ମାଆର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଆ ଦୁର୍ଗାଙ୍କ ଏକ ପ୍ରତିମା ।

ଯାହାକି ବାଲୁକା କଳାରେ ଶୋଭା ପାଉଛି । ଏହା ବ୍ୟତୀତ ମୂର୍ତ୍ତି ତିଆରି ପାଇଁ ୧୨ ପ୍ରକାରର ପନିପରିବା ବ୍ୟବହାର କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି । ନବମୀ ଦିନ ସୁଦର୍ଶନ ପୁରୀ ସମୂଦ୍ର କୂଳରେ ମାଆ ଦୁର୍ଗାଙ୍କ ପ୍ରତିମା ତିଆରି କରିଛନ୍ତି । ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି । ମୂର୍ତ୍ତିରେ ପ୍ରାୟ ୧୨ ପ୍ରକାରର ପନିପରିବା ବ୍ୟବହାର କରିଛନ୍ତି। ଏଥିରେ ବାଇଗଣ, ଗାଜର, ଭେଣ୍ଡି, ଆଳୁ ଏବଂ ଟମାଟୋ ଭଳି ପନିପରିବା ବ୍ୟବହାର କରାଯାଇଛି। ଲୋକମାନେ ଏହି ପ୍ରତିମାକୁ ବହୁତ ପସନ୍ଦ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ