Masthead

ସାର ପାଇଁ ଆନ୍ଦୋଳନ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ସାରକୁ ନେଇ ଚାଷୀ ଉତ୍ତେଜନା । ଝରିଗାଁ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ । ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଝରିଗାଁ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କଲେ ଚାଷୀ । ଗୋଟିଏ ପଟ ଚାଷୀଙ୍କ ରାସ୍ତା ଅବରୋଧ ତ ଅନ୍ୟ ପଟେ ଶୋଭାଯାତ୍ରାରେ ଯାଇ ଦୋକାନ ବଜାର ବନ୍ଦ କରୁଛନ୍ତି ଚାଷୀ । ସାର ଅଭାବକୁ ନେଇ ବିଗତ କିଛି ଦିନ ପୂର୍ବେ ସାର ପାଇଁ ଚାଷୀ ଡିଲରଙ୍କ ଲମ୍ବା ଲାଇନରେ ଥିଲେ ।

ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ୟୁରିଆ ସାର ଯୋଗାଇ ଦେବା ପାଇଁ ଝରିଗାଁ ତହସିଲଦାର ଏବଂ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକଙ୍କୁ ଦାବିପତ୍ର ମଧ୍ୟ କରିଥିଲେ । କିନ୍ତୁ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରିନାହିଁ । ଆଜି ଶତାଧିକ ଚାଷୀ ଏକତ୍ର ହୋଇ ପ୍ରଥମେ ତହସିଲ କାର୍ଯ୍ୟାଳୟରେ ଧସେଇ ପଶିଥିଲେ ଏବଂ କାର୍ଯ୍ୟାଳୟକୁ ତାଲା ପକାଇଥିଲେ ।

ତହସିଲ କାର୍ଯ୍ୟାଳୟରେ କେହି କର୍ମଚାରୀ ନଥିବାରୁ ଚାଷୀଙ୍କ ମଧ୍ୟରେ ଅତ୍ୟଧିକ ଉତ୍ତେଜନା ଦେଖା ଦେଇଥିଲା । ସାର ସଙ୍କଟକୁ ନେଇ ଚାଷୀଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଯଥାଶୀଘ୍ର ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ସାର ମହଜୁଦ ରହିଛି କିନ୍ତୁ ଗୋଟିଏ ଦିନରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କୃଷି ବିଭାଗ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ