Masthead

ଆକ୍ରମଣକାରୀକୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମହିଳା ଆକ୍ରମଣକାରୀକୁ ଗ୍ରାମବାସୀଙ୍କ ପିଟିପିଟି ହତ୍ୟା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିନ୍ତଲୱାଡା ପଞ୍ଚାୟତର ଗର୍ତ୍ତମାଝୀଗୁଡା ଗ୍ରାମର ଜଣେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ କ୍ରୋଧାନିତ ବ୍ୟକ୍ତି ମାନେ ମୃତ ଦେହକୁ ଗଛରେ ଝୁଲାଇ ଫେରାର ହୋଇ ଯାଇଛନ୍ତି । କୋରୁକୋଣ୍ଡା ଥାନା ପୋଲିସ ଶବ ଉଦ୍ଧାର କରିବା ପରେ ହତ୍ୟା ଘଟଣାରେ ସାମିଲ ଥିବା ଚାରି ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଗତ କାଲି ମୁକା ମାଢିଙ୍କ ସ୍ତ୍ରୀ ମନି ମାଢି ନଳକୂଅ ପାଖରେ ବାସନ ଧୋଉଥିବା ବେଳେ ଗ୍ରାମର ଦେବା ମାଡ଼କାମୀ ନାମକ ବ୍ୟକ୍ତି ଏକ ଧାରୁଆ କାତିରେ ମନି ମାଢିଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଗାଁ ଲୋକେ ଦୌଡ଼ି ଆସି ଅଟକାଇବାରୁ ଦେବା ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ