Masthead

ସମଲେଇ ପୀଠରେ ନବରାତ୍ରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ନବରାତ୍ରରୁ ଆରମ୍ଭ ହୋଇଛି ଷୋଡ଼ଷ ଉପଚାର ପୂଜା । ମା’ଙ୍କ ନିକଟରେ ଦୀପ ଜାଳିଲେ ମନସ୍କାମନା ପୂରଣ ହେଉଥିବା କାହିଁ କେଉଁ ଆବାହମାନ କାଳରୁ ଲୋକଙ୍କ ମନରେ ବିଶ୍ୱାସ  ରହିଆସିଛି । ଗତକାଲି ମା’ଙ୍କ ମନ୍ଦିରରେ ଦୀପଦାନ କରିବା ଲାଗି ଲାଗିଥିଲା ଭକ୍ତଙ୍କ ଭିଡ଼ । ଆଗାମୀ ବିଜୟା ଦଶମୀ ଯାଏଁ ଏଭଳି ଭକ୍ତଙ୍କ ସମାଗମ ହେବ । କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ନିୟନ୍ତ୍ରଣ କରାଯାଉଛି ।

ଶାରଦୀୟ ନବରାତ୍ର ପୂଜା ଅବସରରେ ସକାଳ ଚାରିଟାରେ ପହଡ଼ ଖୋଲି ପୂଜା ଆରମ୍ଭ ହୋଇ ୫ଟାରେ ସରିଥିଲା । ସକାଳ ୬ଟାରୁ ଭକ୍ତଙ୍କ ଦ୍ୱାରା ମାନସିକ ଦୀପ ପ୍ରଜଳନ ହୋଇଥିଲା । ପୂଜକମାନେ ଭକ୍ତଙ୍କ ନାମ ଓ ଗୋତ୍ରକୁ ପାଠ କରିବା ପରେ ଦୀପ ଜଳାଯାଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ଫେସବୁକ ପେଜରେ ଗତ ଅଗଷ୍ଟ ମାସରୁ ମା’ଙ୍କ ସନ୍ଧ୍ୟା ଆଳତୀ ଲାଇଭ ପ୍ରଦର୍ଶିତ ହେଉଛି । ଭକ୍ତମାନେ ସକାଳେ ଓ ସନ୍ଧ୍ୟାରେ ଭର୍ଚୁଆଲ ଦର୍ଶନ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ