Masthead

ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ : ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିକୁ ବିଜେଡିର ସମର୍ଥନ କରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ବିଜେପି ପାଖରେ ବିଜେଡି ଶରଣ ପଶିଛି । ମୁଖ୍ୟମନ୍ତ୍ରୀଙ୍କ ଜିନରେ ନାହିଁ ମହିଳାଙ୍କୁ ସମ୍ମାନ । ବିଜେଡିର ଜନ୍ମ ବିଜେପି ଦୟାରୁ, ଦୁଇଜଣ ଆଜୀବନ ଏକ ହେଇକି ଅଛନ୍ତି । ବିଜେପି ସମର୍ଥନ ମାଗିବା ଦରକାର ନାହିଁ, ଆଗତୁରା ଦେଇଦିଅନ୍ତି ବିଜେଡି । ବିରୋଧୀ ମେଣ୍ଟ ଇଣ୍ଡିଆ ତରଫରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ ଅଗତୁରା କହିଦେଲେ ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଛାତି ଫାଟିଯାଉଛି ନାରୀଙ୍କ ପାଇଁ । ନାରୀ ସଶକ୍ତିକରଣ କଥା କହୁଛନ୍ତି କିନ୍ତୁ ମଣିପୁର ଘଟଣାକୁ ସମର୍ଥନ କରୁଛନ୍ତି । ନବୀନ ବାବୁ ସମର୍ଥନ କରୁଛନ୍ତି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇବା । ଆଇନର ଶାସନ କିଛି ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଛାତି ଫାଟିଯାଏ ମହିଳାଙ୍କୁ ସମର୍ଥନ କରୁଛନ୍ତି କହିକି, ଏ ହେଉଛି ଦୁର୍ଭାଗ୍ୟଜନକ କଥା । ଓଡ଼ିଶାର ମହିଳା ଏସଏଚଜିଙ୍କୁ ଅନୁରୋଧ କରୁଛି ସେ ବୁଝନ୍ତୁ କିପରି ଅତ୍ୟାଚାର ହେଲା ମଣିପୁରରେ ତାକୁ ନବୀନ ସମର୍ଥନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ