Masthead

ଏକ୍ସପ୍ରେସ ଟ୍ରେନର ପୁନଃ ରହଣି ନେଇ ନର୍ଲା ବ୍ଲକ କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ

ନର୍ଲା (ବଡ଼ ଖବର ବ୍ୟୁରୋ):କୋଭିଡ କଟକଣା ନେଇ ସାରା ଦେଶରେ ଅନେକ ରେଳ ଷ୍ଟେସନରେ ଯାତ୍ରୀ ଵାହି ଟ୍ରେନ ରହଣି ଉପରେ କଟକଣା ଲାଗିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ରେଳ ଷ୍ଟେସନରେ ମଧ୍ୟ ତାହା କାର୍ଯ୍ୟକାରି ହୋଇଥିଲା । ସେଥିପାଇଁ ନର୍ଲା ରୋଡ ରେଳ ଷ୍ଟେସନରେ ମଧ୍ୟ ଅନେକ ଟ୍ରେନ ଅଟକୁ ନ ଥିଲା କିନ୍ତୁ କୋଭିଡ କଟକଣା ହଟିଲା ପରେ ମଧ୍ୟ ପୁର୍ବରୁ ଅଟକୁ ଥିବା ଟ୍ରେନ ଗୁଡ଼ିକ ଅଟକୁ ନ ଥିବାରୁ ନର୍ଲା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକର ଲୋକ ଅନେକ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ସେଥିପାଇଁ ଆଜି ନର୍ଲା ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଯୁବ କଂଗ୍ରେସ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ନର୍ଲା ରୋଡ ରେଳ ଷ୍ଟେସନରେ ରେଳ ବିଭାଗକୁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଯଦି ପୁର୍ବରୁ ଅଟକୁ ଥିବା ଟ୍ରେନ ଗୁଡ଼ିକ ଆଗାମୀ ଦିନରେ ନ ଅଟକିଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ