Masthead

ଆଜି ଜାତୀୟ ମତଦାତା ଦିବସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଜାତୀୟ ମତଦାତା ଦିବସ । ଆଜି ଏକାଦଶ ଜାତୀୟ ମତଦାତା ଦିବସରେ ନିିର୍ବାଚନ ଆୟୋଗ ଫଟୋ ପରିଚୟ ପତ୍ରର ଏକ ସୁରକ୍ଷିତ ପିଡ଼ିଏସ ସଂସ୍କରଣ ଇ-ଏପିକ ବ୍ୟବସ୍ଥା ଆରମ୍ଭ କରିବ । ଏହା ମୋବାଇଲ ଡାଉନଲୋଡ଼ ହୋଇପାରିବ ଓ ଏହାର ନକଲ ମଧ୍ୟ ପ୍ରିିଂଟ କରାଯାଇପାରିବ । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଜାତୀୟ ମତଦାତା ଦିବସରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ । ଏହାସହିତ ୫ ଜଣ ନୂତନ ଭୋଟରଙ୍କୁ ଇ-ଏପିକ ଓ ଭୋଟର କାର୍ଡ଼ ପ୍ରଦାନ କରିବେ ।

ଚଳିତ ବର୍ଷ ଜାତୀୟ ମତଦାତା ଦିବସର ବାର୍ତ୍ତା ରହିଛି,  ଭୋଟରଙ୍କୁ ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ କରିବା । ଏହି ଇ-ଏପିକ କାର୍ଡ଼ ଭୋଟରଙ୍କ ଦ୍ୱାରା ଡ଼ିଜିଲକରରେ ଅପଲୋଡ଼ ହୋଇପାରିବ ଏବଂ ସୁରକ୍ଷିତ ଭାବରେ ଗଚ୍ଛିତ ରହିପାରିବ । ଯେଉଁ ନୂତନ ଭୋଟରମାନେ ୨୦୨୧ ଭୋଟର ତାଲିକା ସଂଶୋଧନ ସମୟରେ ପଞ୍ଜିକୃତ ହୋଇଛନ୍ତି କିମ୍ବା ଯେଉଁମାନେ ୨୦୨୦ ନଭେମ୍ବର-ଡ଼ିସେମ୍ବର ମଧ୍ୟରେ ଭୋଟର କାର୍ଡ଼ ପାଇଁ ଆବେଦନ କରିଛନ୍ତି ଓ ଆବେଦନ ସମୟରେ ମୋବାଇଲ ନମ୍ବର ଦେଇଛନ୍ତି, ସେମାନଙ୍କ ନମ୍ବରକୁ ଜାନୁଆରୀ ୨୫ରୁ ୩୧ ମଧ୍ୟରେ ନିର୍ବାଚନ ଆୟାଗ ପକ୍ଷରୁ ଇ-ଏପିକ କାର୍ଡ଼ ଡାଉନଲୋଡ଼ କରିବା ପାଇଁ ଲିଙ୍କ ପଠାଯିବ ।

ECI to launch Digital Voter-ID cards on National Voters Day | Hindustan Timesଅନ୍ୟ ସମସ୍ତ ଭୋଟରମାନେ ଚଳିତ ବର୍ଷ ଫେବୃଆରୀ ୧ଠାରୁ ନିଜ ଇ-ଏପିକ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ । ଅନ୍ୟପ୍ଣଙ୍କ ରାଷ୍ଟ୍ରପତି ଉନ୍ମୋଚନ କରିବେ ନିର୍ବାଚନ କମିଶନର ୱେବ୍ ରେଡ଼ିଓ ହେଲୋ ଭୋଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ