Masthead

ଭୁବନେଶ୍ୱରିଆଙ୍କୁ ପାରି ହେବନି: ମନ୍ଦିରରେ ୟେ କ’ଣ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଫଟୋ । ଯାହା ସମସ୍ତଙ୍କୁ ବିଚଳିତ କରୁଛି । ଫଟୋଟି ଭୁବନେଶ୍ୱରର ଐତିହାସିକ ବକ୍ରେଶ୍ୱର ମନ୍ଦିରର ବୋଲି କୁହାଯାଉଛି । ଏଥିରେ ଥିବା ଦୃଶ୍ୟ ଦେଖି ଶ୍ରଦ୍ଧାଳୁମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଏହା ମନ୍ଦିରର ପବିତ୍ରତା ପ୍ରତି ଅପମାନ ବୋଲି କହୁଛନ୍ତି । ଫଟୋଟିରେ ଜଣେ ବ୍ୟକ୍ତି ଗୋଟିଏ ଗାମୁଛା ପିନ୍ଧି ମନ୍ଦିର ପରିସରରେ ଛିଡା ହୋଇଛନ୍ତି । ଆଉ ଧରିଛନ୍ତି ଗୋଟିଏ କୁକୁରକୁ । ଲାଗୁଛି ଯେମିତି କୁକୁରକୁ ଧରି ପ୍ରାତଃ ଭ୍ରମଣରେ ବାହାରିଛନ୍ତି ବ୍ୟକ୍ତି ଜଣକ । ହେଲେ ମନ୍ଦିରରେ ପରିସରରେ କାହିଁକି? ଯଦି କୁକୁରଟି ମନ୍ଦିର ପରିସରରେ ମଳ ତ୍ୟାଗ କରେ, ଅସନା କରେ ତାହା ଭକ୍ତଙ୍କ ଭାବାବେଗକୁ ଆଘାତ ନୁହେଁ କି? ତେବେ କିଏ ତାଙ୍କୁ ଏଭଳି ଅନୁମତି ଦେଲା, ତାହା ସ୍ପଷ୍ଟ ହୋଇନି । କେବେ ଏହି ଫଟୋ ନିଆଯାଇଛି ତାହା ବି ଜଣାପଡ଼ିନି । କିନ୍ତ ଏସବୁ ଦେଖିଲେ ଲାଗୁଛି, ଭୁବନେଶ୍ୱରରେ ଅନେକ ଐତିହାସିକ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ଏବେ ବିପଦରେ । ପରିଚାଳକମାନଙ୍କ ଅପାରଗତାରୁ ମନ୍ଦିରରେ ପବିତ୍ର ବାତାବରଣ ରହୁନାହିଁ । ଅସାମାଜିକମାନେ ମନ୍ଦିରକୁ ଦୂଷିତ କାର୍ଯ୍ୟରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ଏଭଳି ପରିବେଶରେ କ’ଣ ଈଶ୍ୱରଙ୍କ ଆରାଧନା ହୁଏ? ଭଗବାନଙ୍କୁ ଏଭଳି ଅପମାନ କାହିଁକି ବୋଲି ଭକ୍ତ ମହଲରେ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ