Masthead

ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଅନନ୍ଦପୁର (ବଡ଼ ଖବର ବ୍ୟୁରୋ): ନେକ୍ସଲଙ୍କ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି ।ଯବାନଙ୍କ ନାମ ହେଉଛି ସୁଶାନ୍ତ ଖୁଣ୍ଟିଆ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ନମ୍ବର ୱାର୍ଡରେ ସୁଶାନ୍ତଙ୍କ ଘର । ତେବେ ସୁଶାନ୍ତଙ୍କ ବ୍ୟତୀତ ଏହି ଆକ୍ରମଣରେ ଆଉ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ୧୧ ମଧ୍ୟରେ ଏହି ଘଟଣା ଘଟିଛି । ସିଆରପିଏଫ ୬୦ ବାଟାଲାୟିନର ଯବାନ ମାନେ କମ୍ବିଂ ସରେି ଫେରୁଥିବା ସମୟରେ ନକ୍ସଲ ମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ ।  ତାଙ୍କ ଛାତିରେ ଗୁଳି ବାଜିଥିଲା ।

ସହିଦ ସୁଶାନ୍ତଙ୍କ ପରିବାରରେ ଏବେ ଶୋକର ଛାୟା ଖେଳିଯାଇଛି । କିଛି ବର୍ଷ ପୂର୍ବରୁ ସୁଶାନ୍ତଙ୍କ ବାପା ଓ ୨ଭାଇଙ୍କ ମୃତୁ୍ୟ ଘଟିଛି ।ତାଙ୍କ ବଡ଼ଭାଇ ମଧ୍ୟ ସିଆରପିଏଫ ରେ ଥିଲେ । ୨ବର୍ଷ ତଳେ ସେ ସହିଦ ହୋଇଥିଲେ ।ଆଉ ଜଣେ ଭାଇଙ୍କର କ୍ୟାନସରରେ ଦେହାନ୍ତ ହୋଇଥିଲା । ସେପଟେ ତାଙ୍କ ମା’ଙ୍କ ଦେହର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ସେ ଭୁବନେଶ୍ୱରରେ ଚିକିତ୍ସିତ ଅଛନ୍ତି । ମାତ୍ର ୪ମାସ ତଳେ ବିବାହ କରିଥିଲେ ସୁଶାନ୍ତ । ସୁଶାନ୍ତଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି