Masthead

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୪ ରେ ପୁଣି କ୍ଷମତାକୁ ବିଜେପି ଫେରିବ। ୨୦୧୮ରେ ବି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ତାହା ସେମାନଙ୍କର ଫ୍ଲୋରଟେଷ୍ଟ ଥିଲା। ମୁଁ ଆପଣଙ୍କୁ ୫ ବର୍ଷ ସମୟ ଦେଲି ତଥାପି ଆପଣ ପ୍ରସ୍ତୁତ ହୋଇପାରିଲେ ନାହିଁ। ସବୁବେଳେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଉପରେ ଏକ ରେକର୍ଡ ଭାଷଣ ଦେଇଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଉପରେ କଡ଼ା ସମାଲୋଚନା କରିଥିଲ । ତାଙ୍କ ଭାଷଣ ଶେଷରେ ସେ କହିଥିଲେ ୨୦୪୭ରେ ଭାରତ ବିକଶିତ ଭାରତ ହେବ । ଯେଉଁଭଳି ଭାବରେ ଦେଶ ଆଗଉଛି, ନିଶ୍ଚିତ ଶିଖର ଛୁଇଁବ । ୨୦୪୭ରେ ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ ଭାରତ । ବିଶ୍ୱାସ ଦେଉଛି, ୨୦୪୭ରେ ଭାରତ ବିକଶିତ ଭାରତ ହେବ । ନର୍ଥଇଷ୍ଟ ଆମ ପାଇଁ ଜିଗର କା ଟୁକ୍‌ଡ଼ା । ନର୍ଥଇଷ୍ଟର ଏ ଅବସ୍ଥା ପାଇଁ କଂଗ୍ରେସ ଦାୟୀ, ତା ରାଜନୀତି ଦାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ