Masthead

ଏକଜିଟ୍ ପୋଲକୁ ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନଭେମ୍ବର ୩ ତାରିଖରେ ବିହାର ବିଧାନସଭା ନିର୍ବାଚନ ସମେତ ଦେଶର ୧୧ଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଏହାରି ଭିତରେ ନିର୍ବାଚନ ଆୟୋଗ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇଛନ୍ତି । କେଉଁ ପ୍ରାର୍ଥୀ ଜିତିବେ, କେତେ ଭୋଟରେ ଜିତିବେ, କେଉଁ ଅଞ୍ଚଳରୁ କେତେ ଭୋଟ ପାଇବେ ଇତ୍ୟାଦି ନିର୍ବାଚନ ସମ୍ପର୍କିତ ଟିକନିକ୍ ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ଏହାକୁ ଏକଜିଟ୍ ପୋଲ୍ କୁହାଯାଉଥିଲା । ଏହାଦ୍ୱାରା ଭୋଟରମାନେ ପ୍ରଭାବିତ ହେବାର ଆଶଙ୍କା ଥିବା ନିର୍ବାଚନ କମିଶନ ଅନୁଭବ କରିଛନ୍ତି । ଭୋଟରଙ୍କୁ ପ୍ରଭାବିତ କଲା ଭଳି କୌଣସି ସମ୍ବାଦ ପରିବେଷଣ ଉପରେ ମଧ୍ୟ କମିଶନ ରୋକ ଲଗାଇଛନ୍ତି । ଭୋଟ ଗ୍ରହଣ ଶେଷ ହେଲେ ଏକଜିଟ୍ ପୋଲ କରାଯାଇ ପାରିବ ବୋଲି କୁହାଯାଇଛି ।

ବିହାର ସମେତ ଛତିଶଗଡ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ନାଗାଲାଣ୍ଡ, ଓଡି଼ଶା, ତେଲେଙ୍ଗାଲା ଓ ଉତ୍ତପ୍ରଦେଶର କିଛି ସ୍ଥାନରେ ବିଧାନସଭା ଉପ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ