Masthead

ନୟାଗଡ଼ରେ ନୋ ନେଟୱର୍କ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ଆଜିକାଲି ମୋବାଇଲ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଗଲାଣି । ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଧରୁଛନ୍ତି ମୋବାଇଲ । ନେଟ ନ ହେଲେ ମୁଣ୍ଡ ଟିଣ ହୋଇଯାଉଛି । କିନ୍ତୁ ନୟାଗଡ଼ ଜିଲ୍ଲାରୁ ୧୦୦ରୁ ଊଦ୍ଧ୍ୱର୍ ଗାଁରେ ଆଜି ବି ଠିକସେ ନେଟୱର୍କ ଆସୁ ନ ଥିବା ଦେଖିବାକୁ ମିଳୁଛି । ଅତି ଜରୁରୀ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ କଥା ହେବାକୁ ଦୂରକୁ ମଧ୍ୟ ଯାଉଛନ୍ତି । କେତେକ ସ୍ଥାନରେ ଲୋକେ ଛାତ ଉପରେ ମୋବାଇଲ ରଖୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ମହାମାରୀ ସମୟରେ ଅନଲାଇନରେ କ୍ଳାସ କରାଇବା ଲାଗି ଘୋଷଣା କରାଯାଇଥିଲା । ନେଟୱର୍କ ଆସୁ ନ ଥିବାରୁ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ବି ଅନଲାଇନ କ୍ଳାସ ଏମାନଙ୍କ ଲାଗି ସାତସପନ ହୋଇ ରହିଛି । ସେପଟେ ନେଟୱର୍କ ଆସୁ ନ ଥିବାରୁ କିଛି ଯୁବକ ଶହ ଶହ ଫୁଟ୍ ଉପରେ ଥିବା ପାଣିଟାଙ୍କି ଉପରେ ବସି ମୋବାଇଲ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଜିଲ୍ଲାର ଏମିତି କିଛି ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠାରେ କି ଆଜି ବି ନେଟୱର୍କ ପହଞ୍ଚିପାରିନାହିଁ । ଏନେଇ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ