Masthead

ଆନ୍ଦୋଳନ ପାଇଁ ମିଳିଲାନି ଗାଡ଼ି, ଚାଲି ଚାଲି ଯାଇ ବାହାହେଲା ବର

କାଶୀପୁର(ବଡ଼ ଖବର ବ୍ୟୁରୋ): ବାହା ହେବାକୁ ଚାଲି ଚାଲି ଗଲେ । ଦୀର୍ଘ ୨୮କିଲୋମିଟର ଚାଲିଲା ବର । ବରକୁ ମିଳିଲାନି ଗାଡ଼ି । ଡ୍ରାଇଭର ସଂଘର ଆନ୍ଦୋଳନ ଚାଲିଥିବା ଯୋଗୁଁ ବରକୁ ଗାଡ଼ି ମିଳିଲାନି । ବାହା ହେବାକୁ ଚାଲି ଚାଲି ଗଲେ ୨୮ କି.ମି। ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ହଟହଟା ହେଉଛନ୍ତି ଲୋକେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୁନାଖଣ୍ଡି ପଞ୍ଚାୟତ ପାର୍ତିବେଡା ଗ୍ରାମର ଜଣେ ଯୁବକ ଗତକାଲି ବିବାହ କରିବାକୁ କନ୍ୟା ଘର ଡିବାଲପାଡୁ ଗ୍ରାମକୁ ବାହାରିଥିଲେ।

ବର ଘର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଭଡ଼ା ଗାଡ଼ି ଗୁଡ଼ିକ ଆସିନଥିଲେ। ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଗାଡ଼ି ଗୁଡ଼ିକ ଆସିବା ପାଇଁ ମନା କରିଥିଲେ। ଫଳରେ କୌଣସି ଉପାୟ ନପାଇ ବରଯାତ୍ରୀ ବରକୁ ଧରି ଚାଲି ଚାଲି ୨୮ କିଲୋମିଟର ବାଟ ଯାଇଥିଲେ। ସନ୍ଧ୍ୟା ୬ ଟା ବେଳକୁ ବାହାରି ଭୋର ୩ ଟା ବେଳେ ପହଞ୍ଚିଥିଲେ। ଭୋରରୁ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବିବାହ ୧୦ ଘଣ୍ଟା ବିଳମ୍ବ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି